Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି କଟକରେ ଅମିତ ଶାହଙ୍କ ରୋଡ ଶୋ’

କଟକ: ଜମୁଛି ନିର୍ବାଚନୀ ପ୍ରଚାର । ରାଜ୍ୟ ନେତାଙ୍କ ସହ କେନ୍ଦ୍ରୀୟ ନେତାଙ୍କ ପ୍ରଚାରରେ ପ୍ରକମ୍ପିତ ହେଉଛି ଓଡ଼ିଶା । ମୋଦିଙ୍କ ପ୍ରଚାର ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ ଭରିଛି । ଏହାରି ଭିତରେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । କଟକରେ ଏକ ବିଶାଳ ରୋଡ ଶୋ’ରେ ହେବେ ସାମିଲ ।
ଅପରାହ୍ନ ୪ଟାରୁ ଶୋଭାଯାତ୍ରା ଗୋପବନ୍ଧୁ ବାଗରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ। ଏଥିରେ ବିକୁଳ ସଂଖ୍ୟାରେ ସାମିଲ ହେବାକୁ କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁ ସହରବାସୀଙ୍କୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ମେ’ ୧୦ ତାରିଖରେ ରାଜଧାନୀରେ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ବିଶାଳ ରାଲି ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ