Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୬ରେ ଭୁବନେଶ୍ବରରେ ନବୀନଙ୍କ ରୋଡ ଶୋ’

ଭୁବନେଶ୍ବର: ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ । ଗଙ୍ଗନଗର ଛକରୁ ରୂପାଲୀ ଛକ ପର୍ଯ୍ୟନ୍ତ ହେବ ବିଶାଳ ଶୋଭାଯାତ୍ରା । ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।
LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, HDFC ବ୍ୟାଙ୍କ ଛକ, ନୂଆସାହି ,ବେହେରା ସାହି, ନିକୋ ପାର୍କ ଛକ, ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଯିବ ନବୀନଙ୍କ ରୋଡ ଶୋ’ । ଏଥିପାଇଁ କଡ଼ାକଡ଼ି ହେବ ସୁରକ୍ଷା ବ୍ଯବସ୍ଥା ।
ଭୁବନେଶ୍ବର ଡିସିପିଙ୍କ ସୂଚନା ଅନୁସାରେ, ବ୍ଯାରିକେଡ ବ୍ଯବସ୍ଥା ହେବା ସହ ବିପୁଳ ଜନ ସମାଗମକୁ ଦୃଷ୍ଟିରେ ରଖି କର୍ଡନ ଉପରେ ଅଧିକ ଗୁରୁତ୍ବ ଦିଆଯିବ । ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ଯବସ୍ଥା ଦାୟିତ୍ବରେ ରହିବେ । ଉଚ୍ଚ କୋଠାମାନଙ୍କରେ ବି ସୁରକ୍ଷା କର୍ମୀ ନିୟୋଜିତ ହେବେ ।