ଭାଇରାଲ ହେଉଛି ରାଜା ସ୍ବାଇଁଙ୍କ ଫେକ୍ ଫଟୋ


ଭୁବନେଶ୍ବର: ବିଜେଡି ସରକାରରେ ମନ୍ତ୍ରୀ ଥିବା ତଥା ଆଠଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ)ଙ୍କ ଫେକ୍ ଫଟୋ ଭାଇରାଲ ହେବାରେ ଲାଗିଛି । ଏନେଇ ନିଜେ ରାଜା ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଏହାସହ ସେ ଅରିଜିନାଲ ଫଟୋ ଅପଲୋଡ କରି ଭାଇରାଲକାରୀଙ୍କୁ କଡ଼ା ଜବାବ ଦେଇଛନ୍ତି । ଏଥିରେ ସେ ଗୋଟିଏ ସତ ଗୋଟିଏ ମିଛ ଦେଖାଇଛନ୍ତି । କୌଣସି ଦୁର୍ବୃତ୍ତ ଭିକେ ପାଣ୍ଡିଆନଙ୍କ ଫଟୋ ଯୋଡି ମିଛରେ ରଣେନ୍ଦ୍ରଙ୍କୁ ଆଶୀର୍ବାଦ କରୁଥିବା ଦୃଶ୍ୟକୁ ଭାଇରାଲ କରିଛି ।
ସତ ଫଟୋରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କଠାରୁ ରାଜା ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ବ୍ଯାକ ଗ୍ରାଉଣ୍ଡରୁ ଯାହା ଜଣାପଡୁଛି ଏହି ଫଟୋଟି ବିଧାନସଭା କରିଡରର ଫଟୋ । କୌଣସି ଦୁର୍ବୃତ୍ତ ଜାଣିଶୁଣି ଦାମଙ୍କ ବଦଳରେ ପାଣ୍ଡିଆନଙ୍କ ଫଟୋକୁ ମର୍ଫ କରି ଅପଲୋଡ କରି ମିଛ ଫଟୋକୁ ଭାଇରାଲ କରିଛି । ଏ ନେଇ ସମସ୍ତେ ସତର୍କ ହେବାକୁ ଚେତେଇ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହାସହ ସେ ଇସିଆଇଙ୍କୁ ଟ୍ଯାଗ କରି ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଭାଇରାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।