Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସବୁ ବେଳେ ବନ୍ଦ ରହିଛି ଓଏଲଏମ ଅଫିସ, ନାହିଁ ନଥିବା ଅସୁବିଧାରେ ସାଧାରଣ ଲୋକ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଥିବା ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଏବେ ଅରାଜକତା ଦେଖା ଦେଇଛି। ଏଠାରେ ଗତ ୭/୮ ମାସ ହେବ ବିପିଏମ୍, ଏସଡିସି, ବିଏଲସିଙ୍କ ବଦଳି ହୋଇଯାଇଥିବା ବେଳେ ଏଠାରେ ବାକି ଦୁଇ ଜଣ ବିଏଲସି ଏବଂ ବିଟିସି( ଏଫ୍ ଏଲ୍) କାର୍ଯ୍ୟ କରୁଛନ୍ତି। ତେବେ ସେମାନଙ୍କ ବଦଳି ପରେ ଏଠାରେ ଥିବା ଜଣେ ବରିଷ୍ଠ ବିଏଲସି ସରୋଜ କୁମାର ମିଶ୍ର ଙ୍କୁ ବିପିଏମ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ମାତ୍ର ଉକ୍ତ ଅଧିକାରୀ ଦାୟିତ୍ଵ ନେବା ପରଠାରୁ କାର୍ଯ୍ୟାଳୟ ଠିକ ରେ ଚାଲୁ ନାହିଁ। ସଂପୂର୍ଣ୍ଣ ଅରାଜକତା ଦେଖା ଯାଇଛି। ପ୍ରାୟ ସମୟରେ ଅଫିସ ରେ ତାଲା ପଡ଼ି ରହୁଛି। ଜମନକିରା ବ୍ଲକ ଟି ଭୋଗୌଳିକ ପରିସ୍ଥିତି ହିସାବରେ ପ୍ରାୟ ୪୦ କିଲୋମିଟର ବ୍ୟାସାର୍ଦ୍ଧ ରେ ଅବସ୍ଥାପିତ ବଣ ପାହାଡ ଘେରା ଅନୁର୍ଣ୍ଣତ ଅଞ୍ଚଳରେ ଲୋକେ ବସବାସ କରନ୍ତି। ଗାଁ ଗୁଡିକରୁ ଭଲ ରାସ୍ତା ଟିଏ ନାହିଁ। ସେହି ଗାଁ ଗୁଡିକରୁ ଲୋକେ ବ୍ଲକ କୁ ନିଜ ସମସ୍ୟା ନେଇ ଆସିଥାନ୍ତି। ମାତ୍ର ବ୍ଲକରେ ବିଭିନ୍ନ କାର୍ଯ୍ୟାଳୟରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ଅନୁପସ୍ଥିତି ଲୋକଙ୍କୁ ଅନେକ ସମସ୍ୟାରେ ପକେଇଥାଏ। ଦିନ ମଜୁରିଆ ଲୋକେ କାମ ନକରି ବ୍ଲକ କୁ ଆସି ନିରାଶାରେ ଫେରିଥାନ୍ତି। ଏଭଳି ନିଜର ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ କୁ ଆସିଥିବା ଲୋକେ କାର୍ଯ୍ୟାଳୟ ସବୁ ବେଳେ ବନ୍ଦ ରହୁଥିବା ଯୋଗୁଁ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି। ବିପିଏମ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅରାଜକତା କାର୍ଯ୍ୟକଳାପ ଯୋଗୁଁ ଅନ୍ୟ କର୍ମଚାରୀ ମାନେ ମଧ୍ୟ ମନମର୍ଜୀ ରେ ଅଫିସ କୁ ଆସ ଯା କରୁଛନ୍ତି। ଏବିଡିଓ ଏହାର ନୋଡାଲ ଅଫିସର ଏବଂ ବିଡ଼ିଓ ଏହାର ମୁଖ୍ୟ ଅଧିକାରୀ ଥିବା ସତ୍ତ୍ବେ ଉକ୍ତ ବିପିଏମ କାହାକୁ କିଛି ନଜଣେଇ ମନ ଇଚ୍ଛା କାମ କରୁଥିବା ଖୋଦ୍ ଅଧିକାରୀ ମାନେ ସ୍ବୀକାର କରିଛନ୍ତି। ଓଡ଼ିଶା ଜୀବିକା ମିସନରେ ବ୍ୟାପକ ଅର୍ଥ କାରବାରରେ ଅନେକ ଅନିୟମିତତା ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଦରକାର ବୋଲି ଜମନକିରା ବ୍ଲକ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଦାବି ହେଉଛି। ଏଥିସହିତ ଅନେକ ଅନୈତିକ କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ତୀବ୍ର ନିନ୍ଦା କରାଯାଇଛି। ଓଏଲଏମ କାର୍ଯ୍ୟାଳୟର ଅବସ୍ଥାପିତ ଉକ୍ତ ବିପିଏମ ଦାୟିତ୍ୱରେ ଥିବା ବିଏଲସି ଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ଆଜି ଜମନକିରା ଆଞ୍ଚଳିକ ବିକାଶ ପରିଷଦ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଥିବା ନେଇ ସୂଚନା ମିଳିଛି।
ଏସଂକ୍ରାନ୍ତରେ ବିଡ଼ିଓ ରୀନା ନାଏକ ଏବଂ ଏବିଡ଼ିଓ ରବୀନ୍ଦ୍ର ରଣାଙ୍କୁ ଯୋଗାଯୋଗ କରି ପଚାରିବାରୁ ସେମାନେ ବିପିଏମ ଦାୟିତ୍ୱରେ ଥିବା ବିଏଲଶି କୁଆଡେ ଯାଇଛନ୍ତି କଣ କରୁଛନ୍ତି ଆମକୁ କିଛି ଜଣେଇ ନାହାନ୍ତି ବୋଲି କହିଥିବା ବେଳେ ସମ୍ବଲପୁର ଜିଲ୍ଲା ଡିପିଏମ ପୁଷ୍ପଶ୍ରୀ ନାୟକଙ୍କୁ କଣ ପାଇଁ କାର୍ଯ୍ୟାଳୟ ସଦାବେଳେ ବନ୍ଦ ରହୁଥିବା କଥା ପଚାରିବାରୁ ସେ ତଦନ୍ତ କରି କରିବେ ବୋଲି କହିଥିଲେ।