Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

ପୁରୀ: ନିର୍ବାଚନ ପର୍ବ ଚାଲିଥିବା ବେଳେ ବିଜେପିକୁ ଲାଗିଛି ଶକ୍ତି ଧକ୍କା । ବିଜେପିରୁ ଇସ୍ତଫା ଦେଲେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ । ଆଜି ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇ ଦେଇଛନ୍ତି ।
ରମାରଞ୍ଜନ ବଳିଆରସିଂହ ବିଜେପି ମୁଖପାତ୍ର ଥିଲେ । ୨୫ ତାରିଖରେ ସତ୍ୟବାଦୀରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ସେ ଦଳ ଛାଡିବାକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିଛି । ସେ କହିଛନ୍ତି, ‘ଏହା ମୋର ବ୍ୟକ୍ତିଗତ ଅସନ୍ତୋଷ ନୁହେଁ । ଏହା ସତ୍ୟବାଦୀର ଜନ ସାଧାରଣଙ୍କ ଅସନ୍ତୋଷ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ତ୍ୟାଗର ମାଟି, ଭୋଗର ମାଟି ନୁହେଁ । ସତ୍ୟବାଦୀ ଜନ ସାଧାରଣଙ୍କ ପ୍ରତି ବିଜେପି ପ୍ରତାରଣା କରିଛି ।’