Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷ୍ଣ ଚନ୍ଦ୍ର ସଗରିଆ… କଂଗ୍ରେସ  ରୁ ଜୟଦେବ ବିଧାନସଭା ପ୍ରାର୍ଥୀ…କୋରାପୁଟ ବିଧାନସଭା ରୁ ସିଧା ଭୁବନେଶ୍ୱର ଜୟଦେବ ବିଧାନସଭା….

ଲକ୍ଷ୍ମୀପୁର (ପରମେଶ୍ୱର ସାହୁ )୧୫/୦୫/୨୪କୃଷ୍ଣ ଚନ୍ଦ୍ର ସଗରିଆ ରାଜନୀତି ର ଜଣେ ଚର୍ଚ୍ଚିତ ଚେହେରା,ଛାତ୍ର ଜୀବନରୁ ରାଜନୀତି ପ୍ରତି ଆଗ୍ରହ ରଖିଥିବା କୃଷ୍ଣ ଉପାନ୍ତ କୋରାପୁଟ ଜିଲ୍ଲା ରୁ ବିଧାୟକ ଭାବେ ବିଜୟୀ ହୋଇ ବର୍ତ୍ତମାନ ଓଡିଶା ର ରାଜଧାନୀ ଭୁବନେଶ୍ୱର ର ଜୟଦେବ ନିର୍ବାଚନ ମଣ୍ଡଳି ର କଂଗ୍ରେସ ର ବିଧାୟକ ପ୍ରାର୍ଥୀ।କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ବୁର୍ଜା ଗାଁ ରେ ଜନ୍ମିତ କୃଷ୍ଣ ଚନ୍ଦ୍ର ସଗରିଆ  ଛାତ୍ର ଜୀବନରେ ରେଭେନ୍ସା କଲେଜ ର ଛାତ୍ର ଥିଲେ, ରେଭେନ୍ସା କଲେଜ ରେ ସେ ଛାତ୍ର ସଂସଦ ନିର୍ବାଚନ ରେ ସଭାପତି ଭାବେ ବିଜୟୀ ହୋଇଥିଲେ। ପାଠପଢା ସାରି ରାଜନୀତି ରେ ପାଦ ଥାପିଥିଲେ।ଲକ୍ଷ୍ମୀପୁର ବ୍ଳକ ରେ ପଞ୍ଚାୟତ ସମିତି ର ସମିତି ସଭ୍ୟ ଭାବେ ରାଜନୈତିକ ଜୀବନ ଆରମ୍ଭ କରି ବ୍ଳକ ର ଉପାଧକ୍ଷ ପଦବୀ ରେ ରହିଥିଲେ। ୨୦୦୯ ମସିହାରେ କୋରାପୁଟ ବିଧାନସଭା ପ୍ରାର୍ଥୀ ଭାବେ କଂଗ୍ରେସ ଟିକେଟ ରେ ଲଢେଇ କରିଥିଲେ କିନ୍ତୁ ବିଜେଡ଼ି ର ରଘୁରାମ ପଡାଲ ଠାରୁ ପରାସ୍ତ ହୋଇଥିଲେ।ପରାସ୍ତ ହେବା ପରେ ମଧ୍ୟ କଂଗ୍ରେସ ରେ ରହି ସଙ୍ଘଠନ କୁ ଆଗେଇ ନେଇଥିଲେ, କଂଗ୍ରେସ ପୁଣି କୃଷ୍ମ ଙ୍କ ଉପରେ ଭରସା ରଖି ୨୦୧୪ ରେ ପୁଣି କୋରାପୁଟ ବିଧାନସଭା ଆସନ ସକାଶେ ପ୍ରାର୍ଥୀ କରିଥିଲା।୨୦୧୪ ରେ ବିଜେଡ଼ି ର ରଘୁରାମ ମାଛ ଙ୍କୁ ପରାସ୍ତ କରି କୃଷ୍ଣ ସଗରିଆ ପ୍ରଥମ ଥର ସକାଶେ ବିଧାୟକ ହୋଇଥିଲେ। ବିଧାୟକ ହେବା ପରେ ଜାତୀୟ କଂଗ୍ରେସ ରେ ମଧ୍ୟ ତାଙ୍କ ଦବଦେବା ରହିଥିଲା, ରାହୁଲ ଗାନ୍ଧୀ ଙ୍କ ସହ ତାଙ୍କ ସୁସମ୍ପର୍କ ଯୋଗୁଁ ଏକ ପ୍ରଚାର ସକାଶେ ରାହୁଲ ଗାନ୍ଧୀ ଶ୍ରୀ ସଗରିଆ ଙ୍କ ଗାଁ ବୁର୍ଜା କୁ ଆସିଥିଲେ।୨୦୧୯ ନିର୍ବାଚନ ର ୭ ମାସ ପୂର୍ବରୁ କୁନ୍ଦୁଲି ଘଟଣା ରେ ସ୍ତବ୍ଧ ହେବା ସହ କିଛି କୁଚକ୍ରୀ ଙ୍କ କଥାରେ ପଡି କଂଗ୍ରେସ ର ବାରଣ ସତ୍ୱେ ସେ ବିଧାୟକ ପଦବୀ ରୁ ଇସ୍ତଫା ଦେଇଥିଲେ, ଇସ୍ତଫା ଦେବା ପରେ କଂଗ୍ରେସ ରୁ ତାଙ୍କୁ ସସ୍ପେଣ୍ଡ କରିଦିଆଯାଇଥିଲା, ପରେ ୨୦୧୯ ନିର୍ବାଚନ ରେ ବିଏସପିରେ ଯୋଗ ଦେଇ ଜୟପୁର ବିଧାନସଭା ଆସନ ରେ ନିଜେ କୃଷ୍ଣ ଓ ତାଙ୍କ ପତ୍ନୀ ଅନିତା ସଗରିଆ ଙ୍କୁ ଲକ୍ଷ୍ମୀପୁର ବିଧାନସଭା ଆସନ ସକାଶେ ପ୍ରାର୍ଥୀ ହୋଇ ଉଭୟେ ପରାସ୍ତ ହୋଇଥିଲେ।୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ରାଜନୀତି ରୁ ଦୁରେଇ ରହିବା ପରେ ପୁଣି କଂଗ୍ରେସ ରେ ସାମିଲ ହୋଇଥିଲେ। କଂଗ୍ରେସ ରେ ସାମିଲ ହେବା ପରେ ସାଧାରଣ ରେ ଅନେକ ଚର୍ଚ୍ଚା ଜୋର ଧରିଥିଲା, ଏପରିକି ପୁଣି ସେ କୋରାପୁଟ ରେ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ଆଲୋଚନା ହଉଥିଲା, କିନ୍ତୁ କୃଷ୍ଣ କୁଲଦୀପ ଙ୍କୁ ଦଳ କୋରାପୁଟ ରେ ପ୍ରାର୍ଥୀ କରିଥିଲା। ଏପରି ସ୍ଥିତି ରେ କଂଗ୍ରେସ କୃଷ୍ଣ ସଗରିଆ ଙ୍କୁ  ଭୁବନେଶ୍ୱର ଜୟଦେବ ରେ ଟିକେଟ ପ୍ରଦାନ କରିଛି। ଆଗକୁ ବିଜେପି ର ଅରବିନ୍ଦ ଢାଳି,ବିଜେଡ଼ି ର ନବ କିଶୋର ମଲ୍ଲିକ ଙ୍କ ସହ କୃଷ୍ଣ ରାଜନୀତି ମୈଦାନ ରେ ଓଲ୍ଲାଇବେ, ଦେଖିବାକୁ ବାକି ରହିଲା ଏହି ଉଚ୍ଚ ଶିକ୍ଷିତ ବିଧାୟକ ପ୍ରାର୍ଥୀଙ୍କୁ କେତେ ମାତ୍ରା ରେ ଜୟଦେବ ନିର୍ବାଚନ ମଣ୍ଡଳି ର ଭୋଟର ଆପଣାଉଛନ୍ତି, ଅନ୍ୟ ପକ୍ଷ ରେ କୃଷ୍ଣ କହିଛନ୍ତି ସେ କୋରାପୁଟିଆ ଯୁବକ ହେଲେ ମଧ୍ୟ ଓଡିଶା ର ବାସିନ୍ଦା, ଭୁବନେଶ୍ୱର ରେ ତାଙ୍କ ଛାତ୍ର ଜୀବନ ଅତିବାହିତ ହୋଇଛି, ଯେଉଁଠି ବାହାର ଲୋକଙ୍କୁ ଅନ୍ୟ ଦଳ ପ୍ରାର୍ଥୀ କରିଛି ମୋତେ କାହିଁ କି ଜୟଦେବ ଲୋକେ ଆପଣାଇବେନାହିଁ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ