Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ର ଡମ୍ପିଂ ୟାର୍ଡ ପାଲଟିଛି ରେଙ୍ଗାଲି

ରେଙ୍ଗାଲି ଅଞ୍ଚଳ ରେ ଗଢି ଉଠିଥିବା କଳକାରଖାନା ରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ଅସମ୍ଭାଳ ହେଉଥିବା ବେଳେ ଝାରସୁଗୁଡା ରେ ପ୍ରତିଷ୍ଠିତ ବହୁରାଷ୍ଟ୍ରିୟ କାରଖାନା ବେଦାନ୍ତ ରୁ ନିର୍ଗତ ଉଡନ୍ତା ପାଉଁଶ ରେଙ୍ଗାଲି ଅଞ୍ଚଳ ରେ ଡମ୍ପିଂ କରାଯାଉଥିବାରୁ ପରିବେଶ ପ୍ରେମୀ,ସଚେତନ ନାଗରିକ ତଥା ଜନ ସାଧାରଣ ରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟା ରେ ରେଙ୍ଗାଲି ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ରେ ଛତୁ ଫୁଟିଲା ଭଲି ପ୍ରଦୁଷଣ ସୃଷ୍ଟିକାରି ଶିଳ୍ପାନୁଷ୍ଠାନ ସ୍ଥାପନ ହେଲା ପରେ ରେଙ୍ଗାଲି ଅଞ୍ଚଳ ର ଜୈବବିବିଧତା ଓ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇ ଏହାର ଭୟଙ୍କର ପ୍ରଭାବ ରେ ଜୀବଜଗତ ଦହଗଞ୍ଜ ହେଉଛନ୍ତି। ଏଭଲି ପରିସ୍ଥିତି ରେ ଝାରସୁଗୁଡା ଜିଲ୍ଲାର ଶିଳ୍ପାନୁଷ୍ଠାନ ର ଫ୍ଲାଇ ଆସ୍ ସଂପୃଜ୍ତ ଜିଲ୍ଲାରେ ଡମ୍ପିଂ କରା ନଯାଇ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଞ୍ଚଳ ରେ ଫ୍ଲାଇ ଆସ୍ ଡମ୍ପିଂ କରାଯିବା ଫଳରେ ରେଙ୍ଗାଲି ଅଞ୍ଚଳ ର ବିପର୍ଯ୍ୟସ୍ତ ପରିବେଶ ଉପରେ ଏହା ନିଆଁ ଘିଅ ଢାଲିବା ସଦୃଶ ହୋଇଛି ବୋଲି ସଚେତନ ନାଗରିକ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ପାଉଁଶ ପରିବହନ ପଛ ରେ ପ୍ରତିପତ୍ତିଶାଳୀ କ୍ଷମତାସମ୍ପନ୍ନ ନେତାଙ୍କ ପ୍ରଚ୍ଛନ୍ନ ହାତ ଥିବାରୁ ଜନସାଧାରଣ ଙ୍କ ବାରମ୍ବାର ଆପତ୍ତି ସତ୍ତ୍ବେ ପାଉଁଶ ପରିବହନ ବନ୍ଦ ହେଉନାହିଁ। ଏଥିଯୋଗୁଁ ପ୍ରଶାସନ ସବୁ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଛି ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଛି। ପ୍ରଶାସନିକ ସ୍ଥାଣୁତା ଯୋଗୁଁ ରେଙ୍ଗାଲି ଅଞ୍ଚଳ ଝାରସୁଗୁଡା ରେ ଥିବା ଶିଳ୍ପାନୁଷ୍ଠାନ ର ଡମ୍ପିଂ ୟାର୍ଡ ରେ ପରିଣତ ହେବାକୁ ଯାଉଛି।
ଝାରସୁଗୁଡା ରେ ଥିବା ବହୁ ରାଷ୍ଟ୍ରିୟ କମ୍ପାନୀ ବେଦାନ୍ତ କାରଖାନା ରୁ ନିର୍ଗତ ପାଉଁଶ ରେଙ୍ଗାଲି ରେଳ ଷ୍ଟେସନ ନିକଟରେ ଡମ୍ପିଂ କରାଯାଉଛି। ପାଉଁଶ ବୋଝେଇ ହୋଇ ହାଇୱା ଗୁଡ଼ିକ ରେଳ ବ୍ରିଜ ତଳୁ ଯିବା ଆସିବା କରୁଛନ୍ତି। ଏଥିପାଇଁ ରେଳ ବିଭାଗ ଅନୁମତି ଦେଇଛି କି?
ପାଉଁଶ ଡମ୍ପିଂହେଉଥିବା ଜମିଟି ରେଙ୍ଗାଲି ଦେଇ ଯାଇଥିବା ଏକ ନାଲା (ସଙ୍କରୀ ନାଳା) ନିକଟରେ ରହିଛି। ଏହି ନାଲା ଟି ସିଧସଳଖ ହୀରାକୁଦ ଜଳଭଣ୍ଡାର ରେ ପଡ଼ିଛି। ଆଗକୁ ବର୍ଷା ଋତୁ ଆସିବ ବର୍ଷା ରେ ବିଷାକ୍ତ ପାଉଁଶ ଗୁଡ଼ିକ ସିଧସଳଖ ହୀରାକୁଦ ଜଳଭଣ୍ଡାର ରେ ମିଶିବାର ସମ୍ଭାବନା ରହିଛି। ଏହି ନାଲା ଉପରେ ଚାଉଳ ଡିପୋ ଗ୍ରାମର ଗ୍ରାମବାସୀ ଗାଧୋଇବା ପାଇଁ ନିର୍ଭର କରିଥାନ୍ତି। ପାଉଁଶ ମିଶ୍ରିତ ପାଣି ଯୋଗୁଁ ବିଭିନ୍ନ ଚର୍ମ ରୋଗ ହେବାର ସମ୍ଭାବନା ରହିଛି। ଡ଼ମ୍ପିଁ ୟାର୍ଡ୍ ନିକଟରେ ଜଙ୍ଗଲ ଅବସ୍ଥିତ। ପାଉଁଶ ପାଈଁ ଜଙ୍ଗଲ କୁ ମଧ୍ୟ କ୍ଷତି ହେବାର ସମ୍ଭାବନା ରହିଛି। ଜଙ୍ଗଲ ନିକଟରେ ପାଉଁଶ ପକାଇବା ପାଇଁ ଜଙ୍ଗଲ ବିଭାଗ ଅନୁମତି ଦେଇଛି କି?
ଡମ୍ପି ୟର୍ଡ ଠାରୁ ଅଧକିଲୋମିଟର ନିକଟରେ ଚାଉଳ ଡିପୋ ଗ୍ରାମ ଅବସ୍ଥିତ। ରେଳ ଷ୍ଟେସନ, ଜନବସତି, ନାଲା ନିକଟରେ କିପରି ଏକ ପାଉଁଶ ଡମ୍ପିଂ ୟାର୍ଡ ପାଈଁ କିଏ ଓ କିପରି ଅନୁମତି ଦେଲା ତାହା ଏବେ ବଡ ପ୍ରଶ୍ନବାଚି ସୃଷ୍ଟି କରୁଛି। ପ୍ରଶାସନ ସବୁ ଜାଣି ଯଦି ଅନୁମତି ଦେଇଛି ତେବେ ପ୍ରଶାସନ ଧୁତରାଷ୍ଟ୍ର ପାଲଟି ଯାଇଛି ଯଦି ପ୍ରଶାସନ ଏଥି ପାଇଁ ଅନୁମତି ଦେଈ ନାହିଁ ତେବେ କାହା ସାହସ ରେ ପାଉଁଶ ମାଫିଆ ମାନେ କାମ କରୁଛନ୍ତି ତାହା ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories