ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଉଲୁଣ୍ଡା ଖେଳପଡିଆ ଠାରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅପରାହ୍ଣରେ ମୁଖ୍ୟଅତିଥି ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସମାବେଶରେ ଯୋଗ ଦେଇଥିଲେ । ଏ ଅଞ୍ଚଳରେ ଆସନ୍ତା ୨୦ ତାରିଖ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ତରଫରୁ ପ୍ରଚାର ଜୋରଦାର ରହିଛି । ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗାଁ ରେ ନିର୍ବାଚନୀ ମାହୋଲ ଜମିବାରେ ଲାଗିଛି। ଓଡିଶା ରେ ଏଥର ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ଏହି ସମାବେଶରେ କହିଥିଲେ । ଏହି ସମାବେଶରେ ବିଜେପି ତରଫରୁ ଜନସାଧାରଣ ଙ୍କୁ ବିଧାନସଭା ଓ ଲୋକସଭା ପାଇଁ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏଥର ଯଦି ଓଡିଶା ରେ ବିଜେପି ସରକାର ଗଠନ ହୁଏ ଧାନ କ୍ଲିଣ୍ଟାଲ ୩୧୦୦ଟଙ୍କା , ସମସ୍ତ ମହିଳା ଙ୍କୁ ମାସିକ ୧୦୦୦ଟଙ୍କା , ଭତ୍ତା ୩୦୦୦ଟଙ୍କା , ଶିକ୍ଷା , କୃଷି, ଗମନାଗମନ , ପାନୀୟ ଜଳ ଆଦି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ରାଜ୍ୟ ସରକାର ଅବହେଳା କରୁଥିବା କହି ଥିଲେ। ଏହି ସମାବେଶରେ ରାୟଗଡ ବିଧାୟକ ପୁରନ୍ଦର ମିଶ୍ର ସିଧାସଳଖ ବିଜେଡି ସରକାର ଉପରେ ନିଶାନା କରି ବର୍ଷିଥିଲେ । ନିର୍ବାଚନୀ ପ୍ରଚାର ରେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀନୀ ସଙ୍ଗୀତା କୁମାରୀ ସିଂଦେଓ ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ଙ୍କୁ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ। ଉକ୍ତ ଅବସରରେ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ।