Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏସଆଇଟି କରିବ ଖଲ୍ଲିକୋଟ ରାଜନୈତିକ ହିଂସାର ତଦନ୍ତ

ଭୁବନେଶ୍ବର: ଏସଆଇଟି କରିବ ଖଲ୍ଲିକୋଟ ରାଜନୈତିକ ହିଂସା ମାମଲାର ତଦନ୍ତ । ୩୦ ଦିନ ଭିତରେ ଚାର୍ଜସିଟ ଦାଖଲ ପାଇଁ ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ନିର୍ଦ୍ଦେଶ । ଅତିରିକ୍ତ ପୋଲିସ ଡିଜି ଆର. କେ ଶର୍ମା ଛତ୍ରପୁରରେ କ୍ଯାମ୍ପ କରି ରହିବେ । ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବା ସହ ଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିଜିପି ।
ଗତ ୧୫ ତାରିଖରେ ୮ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଉପରେ ଉତ୍ତ୍ଯକ୍ତ ଲୋକ କରିଥିଲେ ଆକ୍ରମଣ । ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡ଼ାଇବାକୁ ମୃଦୁ ଲାଠି ଚାଳନା କରିଥିଲା ପୋଲିସ । ଉକ୍ତ ଦିନ ଶ୍ରୀକୃଷ୍ଣଶରଣପୁରରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । କର୍ତ୍ତବ୍ଯରେ ଅବହେଳା ପାଇଁ ଖଲ୍ଲିକୋଟ ଥାନାର ୪ ପୋଲିସ କର୍ମଚାରୀଙ୍କୁ ଏସପି ଅଫିସକୁ ବଦଳି କରାଯାଇଥିଲା । ହିଂସାରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ଯୁ ଘଟିଥିଲା ।