Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋ ଧକ୍କାରେ କଲେଜ୍ ଛାତ୍ର ମୃତ

ଲକ୍ଷ୍ମୀପୁର ୧୭/୦୫
କୋରାପୁଟ ଆମ୍ବେଦକର କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ର ସୁନିଲ ଜାନୀ ଆଜି ଏକ ଅଟୋ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ସୁନୀଲ ଆଜି କୁଡ଼ିପଦର ଗ୍ରାମରେ ମାମୁ ଝିଅ ଭଉଣିକୁ ଏକ ବାଇକ୍ ଯୋଗେ ଛାଡ଼ିକି ନିଜ ଗ୍ରାମ ଖଜୁରିପୁଟ କୁ ଫେରୁଥିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ।ଖବର ପାଇ କାକିରୀଗୁମା ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ଆଣୁଥିବା ବେଳେ ଅଧାବାଟରେ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାକୁ ଆଣିଥିଲା।ଲକ୍ଷ୍ମୀପୁର ଡାକ୍ତରଖାନା ରେ ସୁନୀଲ ଙ୍କ ର ମୃତ୍ୟୁ ହୋଇଥିଲା । ଭେଣ୍ଡିଆ ପିଲାକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଦୁର୍ଘଟଣା ଘଟାଇଥିବା ଅଟୋ ଚାଳକ ନିଜ ଘରେ ଅଟୋ କୁ ରଖି କେଉଁ ଆଡେ଼ ଫେରାର ହୋଇଯାଇଥିବା ଶୁଣିବାକୁ ମିଳିଥିବାବେଳେ କାକୀରିଗୁମା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ