ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ଆଜି ସରୁଛି ପ୍ରଚାର


ଭୁବନେଶ୍ବର: ଦେଶରେ ପଞ୍ଚମ ଓ ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଲୋକସଭା ଆସନ ଲାଗି ପ୍ରଚାର ଶେଷ ଦିନ । ଏହି ୪୯ ଆସନ ମଧ୍ୟରେ ରହିଛି ଓଡ଼ିଶାର ୫ ଲୋକସଭା ଆସନ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲଷାକସଭା ଆସନରେ ହେବ ଭୋଟିଂ । ଆସନ୍ତା ୨୦ ତାରିଖରେ ଏହି ସବୁ ଆଓନରେ ମତଦାନ କରାଯିବ । ଏଥିଲାଗି ଆଜି ସଂଧ୍ୟାରେ ସରୁଛି ପ୍ରଚାର ।
ସୂଚନାଯୋଗ୍ୟ, ଏହି ୫ ଲୋକସଭା ଆସନ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ ଆସନରେ ଭୋଟ ଗ୍ରହଣ ହେବ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଭୋଟ ଗ୍ରହଣରେ ବିହାରର ୫, ଝାଡଖଣ୍ଡର ୩, ଉତ୍ତର ପ୍ରଦେଶର ୧୪, ପଶ୍ଚିମବଙ୍ଗର ୭ ଆସନରେ ଭୋଟ ଗ୍ରହଣ କରାଯିବ ।
ପଞ୍ଚମ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ବାରାମୁଲା ଏବଂ ଲଦାଖ ଆସନରେ ମଧ୍ୟ ଭୋଟ ଗ୍ରହଣ ହେବ । ଭୋଟ ଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।