ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ : ପ୍ରଚାରରେ ବିଜେଡି ଆଗୁଆ , ଭୋଟର ଙ୍କ ମୁହଁରେ ପଛୁଆ , ଚାରିଆଡ଼େ ପରିବର୍ତ୍ତନ ର ହାୱା


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ଆସନ୍ତା 20 ତାରିଖ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାରରେ ବିଜେଡ଼ି ଶାସକ ଦଳ ଆଗୁଆ ରହିଛି I ନିର୍ବାଚନ ପ୍ରଚାର, ଡାକବାଜି ଜନ୍ତ୍ର ବ୍ୟବହାର ତଥା ସଭାସମିତି କରି ଭୋଟରଙ୍କୁ ପ୍ରଭାବିତ କରିବା ଆଦି ଶନିବାର ଠାରୁ ବନ୍ଦ ରହିବ I ତେବେ ଘରକୁ ଘର ଯାଇ ଭୋଟର ଙ୍କୁ ବିଭିନ୍ନ ପ୍ରଲୋଭନ ସାଙ୍ଗକୁ ଟଙ୍କା ପଇସା କାରବାର ଆରମ୍ଭ କରିବା ସାଧାରଣରେ ଶୁଣା ଯାଉଛି l ଏଥିପ୍ରତି ପ୍ରଶାସନିକ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ା ନାମାଙ୍କନ ଦାଖଲ କରିବା ପରଠାରୁ ତିନି ପ୍ରମୁଖ ଦଳ ମଧ୍ୟରୁ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଚାର ରେ ସମସ୍ତଙ୍କଠାରୁ ଆଗରେ ରହିଥିବା ଦେଖିବାକୁ ମିଳିଛି l ପନ୍ଦର ବର୍ଷ ଧରି ଏହି ନିର୍ବାଚନମଣ୍ଡଳୀ ରୁ ଲଗାତାର ତିନି ଥର ହେଲା ପଦ୍ମନାଭ ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ତଥା ବିଜେଡିର ବିଭିନ୍ନ ପଦପଦବୀ ରହି ଆସିଛନ୍ତି I ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ତାଙ୍କର ଦଳୀୟ କର୍ମୀ ବିନିକା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଅଞ୍ଚଳର ପ୍ରାୟ ସମସ୍ତ ଗ୍ରାମରେ ରହିଥିବା ବେଳେ ଦଳୀୟ ପ୍ରଚାର ତଥା ଗାଁ ଗଣ୍ଡାରେ ସଭାସମିତି କରିବାର ଏହି ଦଳ ଉର୍ଦ୍ଧ୍ବ ରେ ରହିଛି I ପ୍ରଥମେ ବିଦେଶୀ ହଟାଓ ନlରl ଦେଇ ବିଜେଡ଼ି ଟିକେଟ ଆସାଇ ବୀରମହାରାଜପୁର ବ୍ଲକ ଉପାଧ୍ଯକ୍ଷ ନାରାୟଣ ଲୁହା ପ୍ରତିବାଦ କରି ତାଙ୍କ ସମର୍ଥକ ଙ୍କ ସହ ଦଳରୁ ଇସ୍ତଫା ଦେଇଥିବାବେଳେ ପରବର୍ତ୍ତୀ ସମୟରେ ପୁଣି ଇସ୍ତଫା ପତ୍ର ଗ୍ରହଣ ନ କରିବାକୁ ଦଳ ସଭାପତିଙ୍କୁ ଅନୁରୋଧ କରିଥିଲେ l ସେହିପରି କଂଗ୍ରେସ ଓ ବିଜେପି ର ମଧ୍ୟ ଟିକେଟ ଆସାଇ ଥାଇ ଟିକେଟ ନ ପାଇ ବିରୋଧ ମଧ୍ୟ କରିଥିଲେ l ତେବେ ଅନ୍ୟ ରାଜନୈତିକ ଦଳ ପଦ୍ମନାଭ ବେହେରା ଙ୍କୁ ବିରୋଧ କରି ଏଠାରେ ବିଦେଶୀ ହଟାଓ ସ୍ଲୋଗାନ୍ ଦେଇ ଶେଷ ମୁହୁର୍ତ୍ତରେ ପରିବର୍ତ୍ତନ ର ନlରl ଦେଇ ସଫଳ ହେଉଥିବା ଦେଖିବାକୁ ମିଳୁଛି l ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ର ପ୍ରାୟ ସମସ୍ତ ବର୍ଗର ଭୋଟର ଙ୍କ ମୁହଁରେ ପରିବର୍ତ୍ତନର ସ୍ଵର ବର୍ତ୍ତମାନ ଶୁଣା ଯାଉଛି I ତେଣୁ ଏଠାରେ ବିଜେଡି , ବିଜେପି ଓ କଂଗ୍ରେସ ର ତ୍ରିମୁଖି ଲଢେଇ ଭିତରେ ପଦ୍ମନାଭ ର ସ୍ଵର ଧିରେ ଧିରେ ନରମିବାରେ ଲାଗିଛି I ଦେଖିବାକୁ ବାକି ରହିଲା ବୀରମହାରାଜପୁର ର ଭୋଟର ପରିବର୍ତ୍ତନ କରିବାରେ କେତେ ସଫଳ , କେତେ ବିଫଳ ହେଇଛନ୍ତି l