Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦ ରହୁଛି ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅନୁପସ୍ଥିତ ରହୁଛନ୍ତି ରୋଷ୍ଟର ଡିଉଟି ରେ ଥିବା ଅଧିକାରୀ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେ ଗ୍ରୀଷ୍ମ ଛୁଟି ରହିଛି। ଛାତ୍ରୀଛାତ୍ର ମାନେ ଛୁଟିରେ ଘର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମାତ୍ର ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଥିବା ବେଳେ ଅଭିଭାବକ ଅଭିଭାବିକା ମାନେ ବିଦ୍ୟାଳୟ ରେ ନାମ ଲେଖାଇବା, ଟିସି ନେବା, ଫର୍ମ ନେବା, ଅଫିସିଆଲ୍ କାର୍ଯ୍ୟ ନେଇ ଆସିଥାନ୍ତି। ଏଥିସହ ବିଦ୍ୟାଳୟ ର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଫିସିଆଲ୍ କାର୍ଯ୍ୟକ୍ରମ ମଧ୍ୟ ଥାଏ। ସେଇ ଅନୁଯାୟୀ ସରକାରୀ ଭାବେ ଯେ କେହି ବି ଅଧିକାରୀ ଅଫିସ ଖୋଲି ସଂପୃକ୍ତ କାର୍ଯ୍ୟ ନିର୍ବାହ କରିଥାନ୍ତି। ମାତ୍ର ଏହି ବିଦ୍ୟାଳୟରେ ତାହା ବ୍ୟତିକ୍ରମ ଦେଖା ଦେଇଛି। ଏଠାରେ ସନ୍ତୋଷ କୁମାର ପ୍ରଧାନ ଅଧକ୍ଷ ଦାୟିତ୍ୱରେ ଥିବା ବେଳେ ୫ ଜଣ ସହକାରୀ ଶିକ୍ଷୟିତ୍ରୀ ରହିଛନ୍ତି। ଗତ ମେ ୫ ତାରିଖରୁ ଗ୍ରୀଷ୍ମ ଛୁଟି ହୋଇଥିବା ବେଳେ ୫ ଜଣ ସହକାରୀ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରତ୍ୟେକେ ୯ ଦିନ କାଯ୍ୟାଳୟ ଖୋଲି ପୂର୍ବାହ୍ନ ସାଢେ଼ ୬ ଟା ରୁ ଅପରାହ୍ନ ସାଢେ଼ ୧୦ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା କଥା। ମାତ୍ର ଏଠି ଏହାର ଖିଲାପ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ପ୍ରଥମ ରୋଷ୍ଟର୍ ରେ ଥିବା ଜଣେ ଶିକ୍ଷୟିତ୍ରୀ ତାଙ୍କ କାର୍ଯ୍ୟ ଗତ ମେ ୧୪ ତାରିଖ ପର୍ଯ୍ୟନ୍ତ ଠିକରେ ସମ୍ପାଦନା କରିଥିବା ବେଳେ ଗତ ୧୫ ତାରିଖରୁ ଦାୟିତ୍ଵ ନେଇଥିବା ଅନ୍ୟ ଜଣେ ଶିକ୍ଷୟିତ୍ରୀ ଆଦୌ ଆସିନଥିବା ନେଇ ଖୋଦ୍ ବିଦ୍ୟାଳୟର ପିଅନ ଲଳିତ ମହାକୁଲ ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଶ୍ରୀ ପ୍ରଧାନଙ୍କୁ ଯୋଗାଯୋଗ କରି ପଚାରିବାରୁ ମେ ୧୫ ତାରିଖରୁ ଆସନ୍ତା ମେ ୨୩ତାରିଖ ପର୍ଯ୍ୟନ୍ତ ଅର୍ପିତା ରାୟ, ଗଣିତ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା କଥା କହିଥିଲେ। କିନ୍ତୁ କଣ ପାଇଁ ସେ କାର୍ଯ୍ୟକୁ ଆସୁନାହାନ୍ତି ବୋଲି ପଚାରିବାରୁ ସେ ସଠିକ୍ ଉତ୍ତର ଦେଇପାରିନଥିଲେ।
ଏସଂକ୍ରାନ୍ତରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥୀ ପଟେଲଙ୍କ ସହ ଯୋଗାଯୋଗ କରି ପଚାରିବାରୁ ସେ ତଦନ୍ତ କଲାପରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ