Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆମ୍ବୁଲାନ୍ସ ଦୁର୍ଘଟଣା ରେ ଦୁଇ ଜଣ ଆହତ , ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରିତ

ବୀରମହାରାଜପୁର : (ସୌମିତ୍ରୀ ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ଅଇଲାଛାଟ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ରାସ୍ତାକଡ଼ ଗଚ୍ଛ ରେ ପିଟି ହୋଇ ଦୁର୍ଘଟଣା ର ସମ୍ମୁଖିନ ହୋଇଥିଲା l ଗାଡିରେ ଥିବା ନନ୍ଦ କିଶୋର ମହାକୁର ଓ ଘନଶ୍ୟାମ ଜଗଦଲl ଆହତ ହୋଇଥିବାବେଳେ ରାମ ମୁଣ୍ଡା ନାମକ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାରେ ଭର୍ତି ହୋଇଥିଲେ l ସୂଚନା ଯେ ବୁର୍ଲା ବଡ଼ ଡାକ୍ତରଖାନା ରୁ ରୋଗୀ ଛାଡିବାକୁ ଯାଇ ଫେରୁଥିବା ବେଳେ 108 ଆମ୍ବୁଲାନ୍ସ ଗୁରୁବାର ଦୁର୍ଘଟଣା ର ଶିକାର ହୋଇଥିଲା I ଗାଡିରେ ଥିବା 3 ଜଣ ଙ୍କ ମଧ୍ୟରୁ ଦୁଇ ଜଣ ଙ୍କୁ ଆହତ ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରି ଛାଡ଼ି ଦିଆ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା l