Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଭିନ୍ନ ସ୍ଥାନରେ ଇଭିଏମ ଅଚଳ, ମତଦାନରେ ବିଳମ୍ବ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ତେବେ ସକାଳୁ ସକେଳୁ ଭୋଟ ଗ୍ରହଣ ଆରମ୍ଭ ହେବା ପରେ ବିଭିନ୍ନ ସ୍ଥାନରୁ ଇଭିଏମ କାମ କରୁ ନଥିବା ଖବର ଆସିଛି । ଯାହାଦ୍ବାରା ଉକ୍ତ ବୁଥଗୁଡିକରେ ମତଦାନରେ ବିଳମ୍ବ ହେଉଛି ।
ବରଗଡ଼ ଜିଲ୍ଲାର ହାଟପଦା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ୯୨ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଛି । ଫଳରେ ଅଧଘଣ୍ଟା ଧରି ମତଦାନ ପ୍ରକ୍ରିୟା ବନ୍ଦ ରହିଥିଲା । ଇଭିଏମକୁ ଠିକ୍ କରିବା ପରେ ମତଦାନ ଆରମ୍ଭ ହୋଇଥିଲା।
ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପିଟଣାପଲ୍ଲୀ ଗାଁ ୬୦ ନମ୍ବର ବୁଥ୍‌ରେ ମତଦାନ ବିଳମ୍ବ ହୋଇଛି । ଫଳରେ ଭୋଟ୍‌ ଦେବାକୁ ଆସିଥିବା ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୧ ନମ୍ୱର ବୁଥ ଓ ସଇଁତଳା ବ୍ଲକ କୁଆରଗାଁ ୧୫୧ ନମ୍ବର ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ମତଦାନ ବନ୍ଦ ରହିଛି । ମତଦାନ ବନ୍ଦ ରହିବା ଯୋଗୁଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାସହ ବୁଥ ପରିସରରେ ମଧ୍ୟ ଚାପା ଉତ୍ତେଜନା ଦେଖାଦେଇଛି । ବିନିକା ଓରିଗାଁ ୧୭ ନମ୍ବର ବୁଥ୍‌ରେ ଇଭିଏମ୍ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଛି ।