Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡି ସମର୍ଥକଙ୍କ ଦାଦାଗିରି, ସୌମ୍ୟଙ୍କ ରାଲିକୁ ଦେଖି ଅଶ୍ଳୀଳ ଭାଷାରେ ଦେଲେ ଗାଳି

ଘସିପୁରା: କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା କ୍ଷେତ୍ରରେ ବିଜେଡି କର୍ମୀଙ୍କ ଦାଦାଗିରି ଅଭିଯୋଗ । ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲି ଯାଉଥିବା ବେଳେ ଅଶ୍ଳୀଳ ଭାଷାରେ କଲେ ଗାଳିଗୁଲଜ ।
ମିଳିଥିବା ସୂଚନା ଅନୁସାରେ, ଘସିପୁରରେ ସୌମ୍ୟ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ବେଳେ ବଦ୍ରି ନାରାୟଣ ପାତ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଘଷିପୁରା ବ୍ଲକ ତରିମୁଳ ପଞ୍ଚାୟତର କଣ୍ଟାରୋହି ଛକ ଦେଇ ସୌମ୍ୟଙ୍କ ରାଲି ଯାଉଥିଲା । ଏହି ସମୟରେ ବଦ୍ରିଙ୍କ ସମର୍ଥକମାନେ ଆତଙ୍କ ଖେଳାଇଥିଲେ । ସେମାନେ ସୌମ୍ୟଙ୍କ ରାଲି ସମୟରେ ବିଚ୍ ରାସ୍ତାରେ ଖୁଲମ୍ ଖୁଲା ଗୁଣ୍ଡାଗର୍ଦ୍ଦି କରିଥିଲେ । ସୌମ୍ୟରଞ୍ଜନଙ୍କ ପ୍ରଚାର ଗାଡି ସାମ୍ନାରେ ରାସ୍ତା ରୋକ କରି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାସହ ବିଜେଡି ପତାକା ଉଡେଇ ନାରାବାଜି କରିବା ସହ ସୌମ୍ୟଙ୍କ ସମର୍ଥକଙ୍କୁ ଡରେଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।