Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ଓଡ଼ିଶା ଆସିବେ ଅମିତ ଶାହ, ୪ ସ୍ଥାନରେ ପ୍ରଚାର

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶା ଆସୁଛନ୍ତି । ୪ଟି ସ୍ଥାନରେ କରିବେ ଜୋରଦାର ପ୍ରଚାର। ସମ୍ବଲପୁରରୁ ଶାହଙ୍କ ପ୍ରଚାର ଅଭିଯାନ ଆରମ୍ଭ ହେବ । ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ । ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ ।

ସମ୍ବଲପୁର ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ ।

ସମ୍ବଲପୁର ସଭା ପରେ ଶାହା କେନ୍ଦୁଝର ଯିବେ । ସେଠାରେ ମେଡିକାଲ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି ବିରାଟ ଜନସଭା କାର୍ଯ୍ୟକ୍ରମ । ଲୋକଙ୍କୁ ଗୃହମନ୍ତ୍ରୀ ସମ୍ବୋଧନ କରିବା ସହ ଭୋଟ ପାଇଁ ନିବେଦନ କରିବେ । ସେଠାରୁ ଢେଙ୍କାନାଳର ପରଜଙ୍ଗ ପରେ ନୟାଗଡ଼ ଯିବେ ଗୃହମନ୍ତ୍ରୀ ଅମିତ ଶାହ । ସେଠାରେ ଲୋକଙ୍କୁ ସମ୍ବୋଧନ କରିବା ସହ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ସେହିପରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କର ଆଜି ମୋରଡ଼ା, ଉଦଳା, ଯଶୀପୁର, ରାଇରଙ୍ଗପୁର, ବାଙ୍ଗୀରିପୋଷି ଓ ବାରିପଦାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।