ସୁବର୍ଣ୍ଣପୁରରେ ପ୍ରବାଦପୁରୁଷ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧଦିବସ ପାଳିତ


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ  ୨୬ତମ ତିରୋଧାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି କର୍ମକର୍ତାମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ଓ ପରେ ପରେ ଟାଉନ ହଲ ଠାରେ ଏକ ସାଧାରାଣ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ବିଜେଡିର ସଭାପତି ସରୋଜ କମ୍ପ ସଭାପତିତ୍ବ କରିଥିବା ବେଳେ ରାଜ୍ୟ ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୃତି ଚାରଣ କରିବା ସହିତ ସୋନପୁର ର ପୂର୍ବତନ ବିଧାୟକ କୁନ୍ଦୁରୁ କୁଶଲଙ୍କ ଅବଦାନକୁ ମନେ ପକାଇଥିଲେ । ସେହିପରି ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ବିଜୁ ବାବୁ ଏକ ମୁକୁଟ ବିହୀନ ସମ୍ରାଟ ଥିଲେ ତଥା ସୋନପୁର କୁ ଏକ ସ୍ବତନ୍ତ୍ର ଜିଲ୍ଲା ଭାବେ ଗଠନ କରିଥିବାରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏଥିରେ ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହିତ ନିର୍ବାଚିତ ପ୍ରତିନିଧିମାନେ ଯୋଗଦେଇଥିଲେ ।