ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ପଡିଆରେ ନିର୍ବାଚନ ପରିଚାଳନା ପାଇଁ ନିର୍ମିତ ଅସ୍ଥାୟୀ ଟେଣ୍ଟ କାଳ ବୈଶାଖୀରେ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିବା ଜଣାପଡ଼ିଛି I ଫଳରେ ନିର୍ବାଚନ ରେ ନିୟୋଜିତ କର୍ମଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l ବୀରମହାରାଜପୁର ବିଧାନସଭା ନିର୍ବାଚନ ରେ 81.92 ପ୍ରତିଶତ ଭୋଟ ଦେଇଥିବା ବେଳେ କେତୋଟି ସ୍ଥାନରେ ରାତି 9 ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କେନ୍ଦ୍ର ରୁ କର୍ମଚାରୀମାନେ ବିଭିନ୍ନ କାରଣରୁ ବାହାରି ପାରି ନ ଥିଲେ I ଚୁଡାନ୍ତ ରିପୋର୍ଟ ଅନୁସାରେ ବୀରମହାରାଜପୁର ରେ 84 ହଜାର 697 ମହିଳା ଓ 92 ହଜାର 206 ଜଣ ପୁରୁଷ ଭୋଟର 267 ଗୋଟି ମତଦାନ କେନ୍ଦ୍ରରେ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ l ଏଥିରେ 21 ଭ୍ରାମ୍ୟମାଣ ପୋଲିସ ଦଳ ନିୟୋଜିତ ଥିଲେ l ପ୍ରଶାସନ ପକ୍ଷରୁ ମତଦାତା ଙ୍କୁ ଆକୃଷ୍ଟ କରିବା ପାଇଁ ସଖୀ ବୁଥ୍ (ଆଦର୍ଶ ମତଦାନ କେନ୍ଦ୍ର) , ଯୁବ ଅଫିସର ମାନଙ୍କ ଦ୍ଵାରା ପରିଚାଳିତ ବୁଥ , ଦିବ୍ୟାଙ୍ଗ ଅଫିସର୍ ମାନଙ୍କ ଦ୍ଵାରା ପରିଚାଳିତ ବୁଥ ଓ ପରିବେଶ ଅନୁକୂଳ ବୁଥ ଆଦି କରାଯାଇଥିଲା l ମଙ୍ଗଳବାର ଇଭିଏମ୍ ଗୁଡିକୁ ବୀରମହାରାଜପୁର କଲେଜ ରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ସିଲକରି ରଖାଯାଇଛି l