୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ


ଭୁବନେଶ୍ବର: ଆସନ୍ତା ମେ’ ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଦ୍ୱାଦଶ ବା ଯୁକ୍ତ ଦୁଇ ରେଜଲ୍ଟ । ଏଥର ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ଘୋଷଣା କରାଯିବ। ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) କାର୍ଯ୍ୟାଳୟ ପରିସରରେ ଫଳାଫଳ ପ୍ରକାଶ କରାଯିବ ।
www.orissaresults.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କର HS School e-space ଓ Digilockerରୁ ମଧ୍ୟ ଫଳାଫଳ ପାଇପାରିବେ ।