ଭୁବନେଶ୍ବର: ମାଡି ଆସୁଛି ଭୟଙ୍କର ବାତ୍ୟା । ପଶ୍ଚିମବଙ୍ଗ-ବାଂଲାଦେଶରେ ଛୁଇଁବ ସ୍ଥଳପଥ । ୨୬ ତାରିଖରେ ଏହା ସ୍ଥଳପଥ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ନେଇ ପାଗ ଅନୁକୂଳ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୨୫ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ । ୨୬ ସନ୍ଧ୍ୟା ସୁଦ୍ଧା ଗୋଟିଏ ଭୀଷଣ ବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି । ୨୫ ତାରିଖ ସନ୍ଧ୍ୟାରୁ ୨୭ ତାରିଖ ଭିତରେ ମୁଖ୍ୟତଃ ଉତ୍ତର ଉପକୂଳ ଓ ସଲଗ୍ନ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଯାଜପୁର, କଟକ, କେଉଁଝର, ଢେଙ୍କାନାଳ, ଗଞ୍ଜାମ, ପୁରୀର ଅଧିକାଂଶ ଅଂଚଳରେ ସାମନ୍ୟରୁ ମଧ୍ୟମ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।
ବର୍ଷା ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଉଠିବ । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ମାଡି ଆସୁଛି ବାତ୍ୟା, ୨୬ରେ ଛୁଇଁବ ସ୍ଥଳପଥ
