ଭୋଟର ନେବେ ନବୀନଙ୍କ ଅପମାନର ପ୍ରତିଶୋଧ: ପାଣ୍ଡିଆନ


ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ ବିଜେପିକୁ ପଡିଥିଲା ମହଙ୍ଗା । ଦଳ ୩୦ ଜିଲ୍ଲା ପରିଷଦ ଆସନରେ ହାରିଥିଲା । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପମାନିତ କରିଛନ୍ତି ବିରୋଧୀ । ଯାହା ବିଜେପିକୁ ଭାରି ପଡିବ ଓ ଏହାର ଜବାବ ଜନତା ଭୋଟରେ ଦେବେ । ଏମିତି କହି ବିଜେପିକୁ ଟାର୍ଗେଟ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।
ସେ କହିଛନ୍ତି, ‘ନବୀନପ୍ରଶଂସା ଓ ନିନ୍ଦାରୁ ଊର୍ଦ୍ଧ୍ୱରେ । ୨୦୧୯ ନିର୍ବାଚନରେ ଅନେକ ନେତା ଆସିଥିଲେ, ୨୪ରେ ଆସୁଛନ୍ତି । କିନ୍ତୁ କିଛି ପ୍ରଭାବ ପଡ଼ିବ ନାହିଁ । ସେମାନଙ୍କର ଓଡ଼ିଶା ସହ କିଛି ଲେଣଦେଣ ନାହିଁ। ନିର୍ବାଚନ ଚାଲିଛି ବୋଲି ଆସୁଛନ୍ତି, ସରିଗଲେ ଆଉ ଆସିବେ ନାହିଁ । ଓଡଶାବାସୀ ଜାଣିଛନ୍ତି, ନବୀନ ବାବୁ ତାଙ୍କ ପଛରେ ଛିଡା ହୋଇଛନ୍ତି । ସେମାନେ ଆସୁଛନ୍ତି ନିଜ କର୍ମୀଙ୍କୁ ଉତ୍ସାହିତ କରିବ ପାଇଁ । ସେମାନଙ୍କ ନେତୃ ମଣ୍ଡଳୀ ନିଜ ଅଞ୍ଚଳରୁ ବାହାରି ପାରୁ ନାହାନ୍ତି । ତେଣୁ କିଏ ନା କିଏ ପ୍ରଚାର କରିବାକୁ ପଡ଼ିବ ନ ହେଲେ କର୍ମୀ କେମିତି ଉତ୍ସାହିତ ହେବେ ?’
ଆଗକୁ ସେ କହିଛନ୍ତି, ‘ମତେ ବ୍ୟକ୍ତିଗତ ଆକ୍ରମଣ କଲେ ମୋ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯେଉଁ ଖରାପ ଭାଷା ବ୍ୟବହାର କରୁଛନ୍ତି ତାହା ସାଢ଼େ ୪ କୋଟି ଓଡ଼ିଆଙ୍କୁ କହିବା ସହ ସମାନ । କାରଣ ପ୍ରତି ଓଡିଆଙ୍କ ମନରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ତାଙ୍କୁ ଅସମ୍ମାନ କରିବାର ଅର୍ଥ ଓଡ଼ିଆ ଅସ୍ମିତା ଉପରେ କ୍ଷତି ପହ୍ନଚିବ । ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ।’
ପାଣ୍ଡିଆନ କହିଛନ୍ତି, ‘ବିଜେପୁରରେ ଚପଲ ମାଡ କଲେ, ୪୫ ହଜାର ଭୋଟରେ ଜିତିଲା ବିଜେଡ଼ି । ପୁରୀରେ ଅଣ୍ଡା ପକାଇଲେ ୩୦ ଜିଲ୍ଲା ପରିଷଦ ଜିତିଲା ବିଜେଡି । ଏଥର ବି ମୁଖ୍ୟମନ୍ତ୍ରୀଙ୍କୁ ଅପମାନର ଜବାବ ପାଇବ ବିଜେପି ।’