Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାଜୟ ଭୟ । ଭୋଟ୍ ଆଗରୁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇବାକୁ କରୁଛନ୍ତି ଉଦ୍ଯମ । ଏଭଳି ସାଂଘାତିକ ଅଭିଯୋଗ ଆଣି ଧର୍ମେନ୍ଦ୍ରଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି ।
ବିଜେଡିର ଅଭିଯୋଗ ଅନୁସାରେ, ପରାଜୟ ଭୟରେ ବିଜେପି ରକ୍ତମୁଖା ହେବା ସହ ଟଙ୍କା ବଣ୍ଟାକୁ ଶେଷ ଅସ୍ତ୍ର ଭାବେ ବାଛିଛି । ରେଙ୍ଗାଲିରେ ରକ୍ତପାତ କରୁଛି । ପୋଲିସ ଅଧିକାରୀ ରାଜେଶ ଶତପଥୀଙ୍କୁ ଛେଣ୍ଡିପଦା ବିଜେପି ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ସମର୍ଥକ ଆକ୍ରମଣ ମଧ୍ଯ କରିଛନ୍ତି । ବିଭିନ୍ନ ସ୍ଥାନରେ ଅପରାଧ ଘଟାଇବାକୁ ବିଜେପି ଉଦ୍ଯମ କରୁଥିବାରୁ ଫ୍ଲାଗମାର୍ଚ୍ଚ ପାଇଁ ଦାବି କରିଛି ବିଜେଡି । ସମ୍ବଲପୁରରେ ଧର୍ମେନ୍ଦ୍ର ହାରିବା ଜାଣି ଟଙ୍କା ବାଣ୍ଟି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ଯମ କରୁଥିବା ବିଜେଡି ଅଭିଯୋଗ କରିଛି । ଏଣୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି ।