ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଫୁଟିଲା ଗୁଳି । ତାହା ପୁଣି କାଜୁ ତୋଳାକୁ ନେଇ । ଘଟଣା ପୋଲସରାରେ ଘଟିଛି । କାଜୁ ତୋଳାକୁ କେନ୍ଦ୍ର କରି ୨ ଜଣଙ୍କ ଉପରକୁ ଗୁଳିମାଡ଼ ହୋଇଛି । ୨ ଦ୍ବୟ ହେଲେ ଅବକାଶ ଜାନି ଓ ରଘୁନାଥ ଜାନି । ତାଙ୍କ ଘର କରସିଙ୍ଗି ପଞ୍ଚାୟତ ପୋକସୁଙ୍ଗା ଗାଁରେ । ଗାଁ ପାଖ ଜଙ୍ଗଲରେ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ତେବେ କାହିଁକି ଏମାନଙ୍କ ଉପରକୁ ଗୁଳିମାଡ଼ ହେଲା ତାହା ସ୍ପଷ୍ଟ ହୋଇନି ।
ସୂଚନାଯୋଗ୍ୟ, ଆଜି ଅବକାଶ ଓ ରଘୁନାଥ କାଜୁ ତୋଳିବା ଲାଗି ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । କାଜୁ ତୋଳିବା ବେଳେ ପଛରୁ ଉଭୟଙ୍କୁ କେହି ଜଣେ ଗୁଳି ମାଡ଼ କରିଥିଲା । ଉଭୟଙ୍କ ଗୋଡରେ ୩ ରାଉଣ୍ଡ ଲେଖାଏଁ ଗୁଳି ବାଜିଛି ।
ଉଭୟ ରକ୍ତାକ୍ତ ଅବସ୍ଥାରେ ଘରକୁ ଫୋନ୍ କରି ସୂଚନା ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଛି । ଏନେଇ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କାଜୁ ତୋଳା ବେଳେ ଦୁଇ ଜଣଙ୍କୁ ଗୁଳି ମାଡ଼
