Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନୀ ହିଂସା, ବିଜେଡିର ଟଙ୍କା ବଣ୍ଟା କେନ୍ଦ୍ରକୁ ନେଇ ବିଜେପି କର୍ମୀଙ୍କ ଦ୍ଵାରା ବିଜେଡି ନେତା ଖାଇଲେ ମାଡ଼; ବିଜେଡି ନେତା ଓ କର୍ମୀଙ୍କ ମାଡ଼ରେ ମା ଓ ସାଙ୍ଗ ଲହୁ ଲୁହାଣ

ଜମନକିରା : ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେଡ଼ି ନେତାଙ୍କ ଦ୍ଵାରା ଟଙ୍କା ବଣ୍ଟାକୁ କେନ୍ଦ୍ର କରି ବିଜେପି ର ଜଣେ କର୍ମୀ ମିଳନ ଖୁଣ୍ଟିଆ ନାମକ ଜଣେ ନେତାଙ୍କୁ ମାଡ଼ ମାରିଥିଲେ। ଏଥିରେ ଆକ୍ରୋଶ ପରାୟଣ ହୋଇ ଶ୍ରୀ ଖୁଣ୍ଟିଆ କିଛି ଯୁବକଙ୍କୁ ନେଇ ମାଡ଼ ମାରିଥିବା ବିଜେପି କର୍ମୀ ମଳୟ ବେହେରାଙ୍କ ଘରକୁ ଯାଇ ତାଙ୍କ ମା, ଭଉଣୀ, ଏବଂ ତାଙ୍କ ସାଙ୍ଗକୁ ଗାଳି ଗୁଲଜ କରିବା ସହ ମାଡ଼ ମାରି ଲହୁ ଲୁହାଣ କରି ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅନ୍ୟ ପଟେ ଶ୍ରୀ ଖୁଣ୍ଟିଆଙ୍କ ପକ୍ଷରୁ ମଧ୍ୟ ଏତଲା ଦିଆ ଯାଇଥିବା ଜଣାଯାଇଛି। ଥାନାରେ ଉତ୍ତେଜନା ଜାରି ରହିଥିବା ବେଳେ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ସ୍ଥିତି କୁ ନିୟନ୍ତ୍ରଣ ରଖିଛନ୍ତି।
ସୂଚନା ଅନୁଯାୟୀ, ଆଜି ଜମନକିରା ସଦର ମହକୁମାରେ ନିର୍ବାଚନ ଚାଲିଥିବା ବେଳେ ଭୋଟ କେନ୍ଦ୍ର ବାହାରେ ଉଭୟ ବିଜେଡି ଓ ବିଜେପି କର୍ମୀ ମାନେ ଲୋକଙ୍କୁ ନିଜ ଦଳ ସପକ୍ଷରେ ଭୋଟ ଦେବା ପାଇଁ ପ୍ରବର୍ତାଉ ଥିଲେ। ବିଜେଡି ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଏବଂ ଭୋଟର ଙ୍କୁ ପ୍ରୋଲଭିତ କରୁଥିବା ନେଇ ବିଜେପି ଶିବିରରେ ଆଲୋଚନା କରାଯାଇଥିଲା। ଯିଏ ଟଙ୍କା ବାଣ୍ଟୁଛି ସେମାନଙ୍କୁ ଧରି ପିଟିବା ନେଇ ଆଲୋଚନା ହୋଇଥିଲା। ସେହି କଥା ବିଜେଡି ନେତାଙ୍କୁ କେହି କହିଦେଇଥିଲେ। ଏହାକୁ ନେଇ ଶ୍ରୀ ଖୁଣ୍ଟିଆ ଏବଂ ମଳୟ ଙ୍କ ଭିତରେ କଥା କଟାକଟି ହୋଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ର ହୋଇ ମଳୟ ଖୁଣ୍ଟିଆଙ୍କ ଗୋଟିଏ ମୁଥା ମାରିଥିଲେ। ଏଥିରେ ଖୁଣ୍ଟିଆ ଙ୍କ ଗାଲରେ ଶକ୍ତ ମାଡ଼ ହୋଇଥିଲା। ଥାନା ଅଧିକାରୀ ପଦ୍ମାଳୟା ସାହୁ ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି କୁ ନିୟନ୍ତ୍ରଣ କରିଥିଲେ। ମାଡ଼ ମାରିଥିବା ମଳୟ କୁ ତାର ସାଙ୍ଗ ସୁମିତ ସାହୁ ଘଟଣା ସ୍ଥଳରୁ ନେଇ ଯାଇଥିଲେ। ପରେ ଖୁଣ୍ଟିଆ ଆକ୍ରୋଶ ହୋଇ କିଛି ଯୁବକଙ୍କୁ ଦୁଇଟା ବୋଲେରୋ ଏବଂ ଗୋଟିଏ କାର ରେ କିଛି ଯୁବକଙ୍କୁ ନେଇ ମଲୟ ର ଘର ଅଭିମୁଖେ ଯାଉଥିବା ବେଳେ ବାଟରେ ଥିବା ମଳୟ ର ସାଙ୍ଗ ସୁମିତ କୁ ଗାଦିରେ ବସ କୋଉଠି ତୋ ସାଙ୍ଗ କୁ ରଖିଛୁ କହି ଗାଡ଼ି ଭିତରେ ଜୋର୍ ଜବରଦସ୍ତ କରି ନେଇ ମଳୟ ଘରକୁ ନେଇଥିଲେ। ତେବେ ଘରେ ମଳୟ କୁ ନଭେଟି ବାରୁ ମଳୟ ର ମା, ସୁମିତ ଏବିଂ ଭଉଣି ମାଡ଼ ମାରି ଲହୁ ଲୁହାଣ କରିଥିବା ନେଇ ମଳୟ ମା ‘ ଥାନାରେ ଅଭିଯୋଗ କରିଛନ୍ତି। ଅପର ପାଖେ ଶ୍ରୀ ଖୁଣ୍ଟିଆ ମଧ୍ୟ ଥାନାରେ ଏତଲା ଦାୟର କରିଛନ୍ତି। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଉତ୍ତେଜନା ଜାରି ରହିଛି। ମାଡ଼ ଖାଉଥିବା ମଳୟ ର ମା, ଦୁଇ ଭଉଣୀ, ସାଙ୍ଗ ସୁମିତ, ସୁମିତ ର ଭୌଣି ଓ ମାଁ ଙ୍କ ସମେତ ଉଭୟ ବିଜେଡି ଓ ବିଜେପି ର ଶହ ଶହ କର୍ମୀ ଉପସ୍ଥିତ ଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ଏବଂ ବିଜେପି ପ୍ରାର୍ଥୀ ରବି ନାରାୟଣ ନାୟକ ମଧ୍ୟ ଥାନାରେ ବସି ଆଲୋଚନା କରୁଥିବା ଦେଖା ଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ