Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ପାସ ହାର ୯୬.୦୭ ପ୍ରତିଶତ

କଟକ: ବାହାରିଲା ମାଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ରେଜଲ୍ଟ ଘୋଷଣା କରାଯାଇଛି । ଚଳିତବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ଗତଥର ପରି ଚଳିତ ବର୍ଷ ମଧ୍ୟ ପୁଅଙ୍କ ତୁଳନାରେ ଝିଅ ଆଗରେ ରହିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୩୯ ପ୍ରତିଶତ ରହିଛି ।
ଚଳିତବର୍ଷ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ । ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୮ ପ୍ରତିଶତ ରହିଛି । କଟକରେ ପାସ୍ ହାର ୯୭.୫୮ ପ୍ରତିଶତ ରହିଥିବା ବେଳେ ଜଗତସିଂହପୁରରେ ୯୭.୬୦, କେନ୍ଦ୍ରାପଡ଼ାରେ ୯୫.୭୭, ଯାଜପୁରରେ ୯୫.୯୨, ଅନୁଗୋଳରେ ୯୬.୬୩, ଢେଙ୍କାନାଳରେ ୯୫.୧୨, ପୁରୀରେ ୯୬.୭୬, ନୟାଗଡ଼ରେ ୯୬.୨୩ ଓ ବାଲେଶ୍ୱରରେ ୯୬.୧ ପ୍ରତିଶତ ରହିଛି ।
ସେହିପରି ଭଦ୍ରକରେ ୯୬.୭୩ ପ୍ରତିଶତ ପାସ୍ ହାର ଥିବା ବେଳେ କେନ୍ଦୁଝରରେ ୯୪.୮, ମୟୂରଭଞ୍ଜରେ ୯୫.୭, ଗଜପତିରେ ୯୭.୦୮, ଗଞ୍ଜାମରେ ୯୭.୦୬, ବୌଦ୍ଧରେ ୯୫.୪୯, କନ୍ଧମାଳରେ ୯୬.୬୦, କଳାହାଣ୍ଡିରେ ୯୫.୮୬, ନୂଆପଡ଼ାରେ ୯୩.୯୧, ବରଗଡ଼ରେ ୯୭.୬୪, ସମ୍ବଲପୁରରେ ୯୬.୭୩, ଦେବଗଡ଼ରେ ୯୬.୭୧, ଝାରସୁଗୁଡ଼ାରେ ୯୭.୨୮, ବଲାଙ୍ଗିରରେ ୯୪.୩୯, ସୁବର୍ଣ୍ଣପୁରରେ ୯୭.୧୧, ସୁନ୍ଦରଗଡ଼ରେ ୯୭.୨୪, କୋରାପୁଟରେ ୯୪.୮୨, ମାଲକାନଗିରିରେ ୯୫.୦୪, ନବରଙ୍ଗପୁରରେ ୯୪.୮୮ ଓ ରାୟଗଡ଼ାରେ ପାସ୍ ହାର ୯୬.୧୬ ପ୍ରତିଶତ ରହିଛି ।
ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ମୋବାଇଲ ଫୋନରେ ମେସେଜ୍ କରି ରେଜଲ୍ଟ ପାଇବା ବ୍ୟବସ୍ଥା ହୋଇଛି । OR10 ସ୍ପେଶ୍ ରୋଲ ନମ୍ବର ଲେଖି 5676750କୁ SMS କଲେ ମୋବାଇଲରେ ରେଜଲ୍ଟ ପହଞ୍ଚି ଯାଉଛି । ରି-ଚେକିଙ୍ଗ ପାଇଁ ମେ ୨୯ରୁ ଜୁନ ୧୨ ପର୍ଯ୍ୟନ୍ତ ୧୫ ଦିନ ସମୟ ଦିଆଯାଇଛି । ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ କାଉସିଲରଙ୍କୁ ନେଇ ଖୋଲାଯାଇଛି କଣ୍ଟ୍ରୋଲ ରୁମ ।
ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୪୧ ହଜାର ବିଦ୍ୟାର୍ଥୀ ରେଗୁଲାର ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥିସହିତ ମାଧ୍ୟମା ଓ ପତ୍ର ବିନିମୟର ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଏସଓଏସସିରେ ପାସ୍ ହାର ୫୯.୮୮ ପ୍ରତିଶତ ଥିବାବେଳେ ମଧ୍ଯମାରେ ପାସ ହାର ରହିଛି ୯୮.୧୨ ପ୍ରତିଶତ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ