ଜମନକିରା ନିର୍ବାଚନୀ ହିଂସା ଘଟଣା….ଉଭୟ ପକ୍ଷରୁ ୩ ଟି ମାମଲା ରୁଜୁ


ଜମନକିରା : ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ବିଧାନସଭା କ୍ଷେତ୍ର ଜମନକିରା ବ୍ଲକ ସଦର ମହକୁମାରେ ଗତକାଲି ଘଟିଥବା ନିର୍ବାଚନ ହିଂସା ଘଟଣାରେ ପୋଲିସ ଜମନକିରା ଥାନାରେ ୩ଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମାଡ଼ ଖାଇଥିବା ବିଜେଡି ନେତା ସୁଭ୍ରଜିତ ଖୁଣ୍ଟିଆ ଓରଫ ମିଳନ ପକ୍ଷରୁ ଦିଆଯାଇଥିବା ଏତଲା କ୍ରମେ ପୋଲିସ କେସ ନ.୧୦୨/୨୪( ୨୯୪/୩୪୧/୩୨୩/୫୦୬) ରେ ଏକ ମାମଲା ରୁଜୁ କରିଥିବା ବେଳେ ଅନ୍ୟ ପକ୍ଷରୁ ମଳୟ ଦେହୁରୀ ଘରକୁ ଯାଇ ତାଙ୍କ ମା”ଙ୍କୁ ଲହୁ ଲୁହାଣ କରିଥିବା ସୁଭ୍ରଜିତ ଖୁଣ୍ଟିଆ ଓରଫ ମିଳନଙ୍କ ବିରୋଧରେ ପୋଲିସ କେସ ନ.୧୦୩/୨୪(୨୯୪/୩୪୧/୩୨୩/୩୫୪/୫୦୬(୩୪)୩ ଆର୍ ବି(୧)(୨)(ଭିଏ) ଏସଟି/ଏସସି ଧାରା ଅନୁଯାୟୀ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି। ଏହାସହିତ ସୁଭ୍ରଜିତ ଓରଫ ମିଳନ ର ବିରୋଧରେ ମଳୟର ସାଙ୍ଗ ସୁଜିତ ସାହୁଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଉ ଏକ କେସ ନ.୧୦୪/୨୪(୩୪୧/୩୨୩/୨୯୪/୫୦୬/୩୪ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ନେଇ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ପ୍ରକାଶ କରିଛନ୍ତି। ମଳୟ ଘରକୁ ଯାଇଥିବା ବ୍ୟକ୍ତି ମାନେ ଯାହାର ନାଁରେ ମାମଲା ରୁଜୁ କରାଯାଇଛି ସେମାନେ ହେଲେ ସୁଭ୍ରଜିତ ଖୁଣ୍ଟିଆ ଓରଫ ମିଳନ, ରାଜୀବ ସାହୁ, ସୁରଜ ସେଠ, ପଞ୍ଚାନନ ନାୟକ, ମ୍ରିନାଲ ଦେବନାଥ, ସଚିନାଥ ସେଠ, କିରଣ ସେଠ, ଶୁଭମ୍ ମହାକୁଳ, ରାଜୀବ ନାୟକ, ସୋଭରାମ ପ୍ରଧାନ, ସୁଦର୍ଶନ ଖୁଣ୍ଟିଆ ଏବଂ ଆଶିଷ ଦାସ ପ୍ରମୁଖ ୧୩ଜଣ ନାଁରେ ମାମଲା ରୁଜୁ କରାଯାଇଛି। ଅନ୍ୟ ପକ୍ଷେ ଶ୍ରୀ ଖୁଣ୍ଟିଆଙ୍କ ଏତଲା କୁ ଭିତି କରି ମଳୟ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି।
ପୋଲିସର ସୂଚନା ଅନୁଯାଇ, ଗତକାଲି ଜମନକିରା ସଦର ମହକୁମା ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେଡ଼ି ନେତାଙ୍କ ଦ୍ଵାରା ଟଙ୍କା ବଣ୍ଟାକୁ କେନ୍ଦ୍ର କରି ବିଜେପି ର ଜଣେ କର୍ମୀ ମିଳନ ନାମକ ଜଣେ ନେତାଙ୍କୁ ମାଡ଼ ମାରିଥିଲେ। ଏଥିରେ ଆକ୍ରୋଶ ପରାୟଣ ହୋଇ ମିଳନ କିଛି ଯୁବକଙ୍କୁ ନେଇ ମାଡ଼ ମାରିଥିବା ବିଜେପି କର୍ମୀ ମଳୟ ବେହେରାଙ୍କ ଘରକୁ ଯାଇ ତାଙ୍କ ମା, ଭଉଣୀ, ଏବଂ ତାଙ୍କ ସାଙ୍ଗକୁ ଗାଳି ଗୁଲଜ କରିବା ସହ ମାଡ଼ ମାରି ଲହୁ ଲୁହାଣ କରି ଥିବା ନେଇ ଗତକାଲି ଥାନାରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟ ପଟେ ଶ୍ରୀ ଖୁଣ୍ଟିଆଙ୍କ ପକ୍ଷରୁ ମଧ୍ୟ ଏତଲା ଦିଆ ଯାଇଥିବା ଜଣାଯାଇଥିଲା। କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ସ୍ଥିତି କୁ ନିୟନ୍ତ୍ରଣ ରଖିଥିଲେ। ପ୍ରକାଶ ଯୋଗ୍ୟ ଯେ, ଜମନକିରା ସଦର ମହକୁମାରେ ନିର୍ବାଚନ ଚାଲିଥିବା ବେଳେ ଭୋଟ କେନ୍ଦ୍ର ବାହାରେ ଉଭୟ ବିଜେଡି ଓ ବିଜେପି କର୍ମୀ ମାନେ ଲୋକଙ୍କୁ ନିଜ ଦଳ ସପକ୍ଷରେ ଭୋଟ ଦେବା ପାଇଁ ପ୍ରବର୍ତାଉ ଥିଲେ। ବିଜେଡି ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଏବଂ ଭୋଟର ଙ୍କୁ ପ୍ରୋଲଭିତ କରୁଥିବା ନେଇ ବିଜେପି ଶିବିରରେ ଆଲୋଚନା କରାଯାଇଥିଲା। ଯିଏ ଟଙ୍କା ବାଣ୍ଟୁଛି ସେମାନଙ୍କୁ ଧରି ପିଟିବା ନେଇ ଆଲୋଚନା ହୋଇଥିଲା। ସେହି କଥା ବିଜେଡି ନେତାଙ୍କୁ କେହି କହି ଦେଇଥିଲେ। ଏହାକୁ ନେଇ ମିଳନ ଏବଂ ମଳୟଙ୍କ ଭିତରେ କଥା କଟାକଟି ହୋଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ର ହୋଇ ମଳୟ ଖୁଣ୍ଟିଆଙ୍କୁ ଗୋଟିଏ ମୁଥା ମାରିଥିଲେ। ଏଥିରେ ମିଳନ ର ଗାଲରେ ଶକ୍ତ ମାଡ଼ ହୋଇଥିଲା। ଥାନା ଅଧିକାରୀ ପଦ୍ମାଳୟା ସାହୁ ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି କୁ ନିୟନ୍ତ୍ରଣ କରିଥିଲେ। ମାଡ଼ ମାରିଥିବା ମଳୟ କୁ ତାର ସାଙ୍ଗ ସୁମିତ ସାହୁ ଘଟଣା ସ୍ଥଳରୁ ନେଇ ଯାଇଥିଲେ। ପରେ ମିଳନ ପ୍ରତିକ୍ରିୟା ପରାୟଣ ହୋଇ କିଛି ଯୁବକଙ୍କୁ ଦୁଇଟା ବୋଲେରୋ ଏବଂ ଗୋଟିଏ କାରରେ ନେଇ ମଲୟର ଘର ଅଭିମୁଖେ ଯାଉଥିବା ବେଳେ ବାଟରେ ଥିବା ମଳୟ ର ସାଙ୍ଗ ସୁମିତ କୁ ଗାଡିରେ ବସ କୋଉଠି ତୋ ସାଙ୍ଗ କୁ ରଖିଛୁ କହି ଗାଡ଼ି ଭିତରେ ଜୋର୍ ଜବରଦସ୍ତ କରି ନେଇ ମଳୟ ଘରକୁ ନେଇଥିଲେ। ତେବେ ଘରେ ମଳୟ କୁ ଭେଟି ନ ପାରିବାରୁ ମଳୟ ର ମା, ସୁମିତ ଏବିଂ ଭଉଣି ମାଡ଼ ମାରି ଲହୁ ଲୁହାଣ କରିଥିବା ନେଇ ମଳୟ ମା ‘ ଥାନାରେ ଅଭିଯୋଗ କରିଛନ୍ତି। ଅପର ପାଖେ ମିଳନ ମଧ୍ୟ ଥାନାରେ ଏତଲା ଦାୟର କରିଛନ୍ତି। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିବା ବେଳେ ପୋଲିସ ୩ଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଖୁବ୍ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।