Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ରେ ମହିଳା ପୋଷାକ ତିଆରି ତାଲିମ ଶିବିର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଷ୍ଟେଟ ବ୍ଯାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଆନୁକୁଲ୍ୟରେ ଆଜି ଏକ ମହିଳା ପୋଷାକ ତିଆରି ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଏହି ଶିବିର ଆସନ୍ତା ଜୁନ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏହି ଶିବିର କୁ ଅନୁଷ୍ଠାନର ନିର୍ଦ୍ଦେଶକ ଅଜିନା ଟୁଡୁ ଙ୍କ ତତ୍ତ୍ବାବଧାନରେ ଡି.ଡି.ଏମ ନାବାର୍ଡ ଡଃ. ସତ୍ଯସ୍ଵରୂପ ବିଦାନ୍ତ ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ ଏବଂ ପ୍ରଶିକ୍ଷ୍ୟର୍ଥୀ ମାନଙ୍କୁ ପ୍ରଶିକ୍ଷଣର ଲାଭ ଉଠାଇ ସ୍ଵାବଲମ୍ବି ହେବା ପାଇଁ ପରାମର୍ଶ ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ୩୫ ଜଣ ମା ଓ ଭଉଣୀ ଶିକ୍ଷା ଲାଭ କରୁଛନ୍ତି I ଏହି କାର୍ଯ୍ୟକ୍ରମ ପରିଚାଳନରେ ବରିଷ୍ଠ ପ୍ରଶିକ୍ଷକ ସତ୍ୟବ୍ରତ ଦାଶ ,ସତ୍ୟଜିତ ନାୟକ , ରଥୀ କୁଆଁର ଓ ମାଧବ ଆଡଜୁଆଡି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ