ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ ଘଟିଛି ଅଭାବନୀୟ ଘଟଣା । ଥାନା ପରିସରରେ ଏକ ଦୁଇବର୍ଷ ଶିଶୁକୁ ସାପ କାମୁଡ଼ିବାକରୁ ତା’ର ମୃତ୍ୟୁ ଘଟିଛି । ଯାହାକୁ ନେଇ ଅଞ୍ଚଳରେ [ସନ୍ତୋଷ ଲାଗି ରହିଛି ।
ସୂଚନାଯୋଗ୍ୟ, ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ବାଲିଡିଆ ଗାଁର ଆଶା ବେହେରା ପାରିବାରିକ ବିବାଦକୁ ନେଇ ଅସ୍ତରଙ୍ଗ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ସାଙ୍ଗରେ ସେ ତାଙ୍କ ଦୁଇ ବର୍ଷର ପୁଅକୁ ନେଇକି ଆସିଥିଲେ । ଥାନା ପରିସରରେ ଆଶା ବସିଥିବା ବେଳେ ତାଙ୍କ ପୁଅ ଖେଳୁଥିଲେ । ଏହି ସମୟରେ ଶିଶୁକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରେ ଶିଶୁର ମୃତ୍ୟୁ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଆଶାଙ୍କ ଶାଶୁ ଘର ଲୋକଙ୍କ ସହ ମନୋମାଳିନ୍ୟ ଥିଲା । ଗାଁ ଲୋକଙ୍କ ଆପୋଷ ସମାଧାନରେ ସେ ଚଳୁଥିଲେ । କିନ୍ତୁ ପୁଣି ବିବାଦ ହେବାରୁ ଅସ୍ତରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟ ପାଇବାରେ ବିଳମ୍ବ ହେବା ଅଭିଯୋଗ କରି ସୋମବାର ସକାଳେ ୨ ଛୁଆଙ୍କୁ ଧରି ଥାନାରେ ବସିଥିଲେ । ଏହି ସମୟରେ ତାଙ୍କ ୨ ବର୍ଷର ଶିଶୁଙ୍କୁ କୌଣସି ଅଜଣା ଜନ୍ତୁ କାମୁଡି ଦେଇଥିଲା । ପରେ ଶିଶୁକୁ ପ୍ରଥମେ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା । ତେବେ ଏଠାରେ ଶିଶୁର ମୃତ୍ୟୁ ଘଟିଥିଲା ।
ଖବର ପରେ ମୃତକ ଶିଶୁର ସମ୍ପର୍କୀୟ ଥାନା ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି ।
ଥାନାରେ ଦୁଇ ବର୍ଷ ଶିଶୁକୁ କାମୁଡ଼ିଲା ସାପ, ଚାଲିଗଲା ଜୀବନ
