ସୁଜାତା କାର୍ତ୍ତିକେୟନଙ୍କ ନାଁରେ ବିଜେପିର CECଙ୍କୁ ଫେରାଦ


ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ IAS ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ଫେରାଦ ହେଲା ବିଜେପି । ସେ ଅବାଧ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଓ ରାଜ୍ୟରେ ନିର୍ବାଚନ ହିଂସାକୁ ଉସୁକାଇବା ନେଇ ଅଭିଯୋଗ କରିଛି କେନ୍ଦ୍ରୀୟ ବିଜେପି ଟିମ୍ ।
ସୁଜାତାଙ୍କୁ ରାଜ୍ୟରୁ ଅପସାରଣ କରିବା ସହ ସସପେଣ୍ଡ ପାଇଁ ଦଳ ଦାବି କରିଛି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ୩ ଜଣ ସିଭିଲ୍ ସର୍ଭାଣ୍ଟ ଡିଏସ୍ କୁଟ୍ଟେ, ଆଶିଷ କୁମାର ସିଂ ଓ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ତ୍ରିମୂର୍ତ୍ତି ବୋଲି ଚିଠିରେ ଦର୍ଶାଇଛି ଦଳ । ତେବେ ଏନେଇ ସୁଜାତା କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାଯୋଗ୍ୟ, ପୂର୍ବରୁ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟା ଯାଇ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା । ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଇସିଆଇ ।