ପିଏମ ମୋଦୀଙ୍କ ଅବାସ୍ତବ ବୟାନ, କହିଲେ- ଗାନ୍ଧୀ ଫିଲ୍ମ ରିଲିଜ୍ ନ ହେବା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କୁ କେହି ଜାଣି ନ ଥିଲେ


ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବଡ ବିବାଦୀୟ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯିଏ ବି ତାଙ୍କର ଏହି ଟିପ୍ପଣୀ ପଢିବ ତାଙ୍କୁ ନିଶ୍ଚିତ ରୂପେ ମର୍ମାହତ ଲାଗିବ । ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ବ୍ୟକ୍ତି କେମିତି ଏହପରି ବୟାନ ଦେଇ ପାରିବେ । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କୁ ନେଇ କହିଛନ୍ତି ଯେ, ଗାନ୍ଧୀ ଫିଲ୍ମ ନିର୍ମାଣ ନ ହେବା ଯାଏ ତାଙ୍କୁ କେହି ଜାଣି ନ ଥିଲେ।

ଦୁନିଆରେ ମହାତ୍ମା ଗାନ୍ଧୀ ବହୁତ ବଡ ଆତ୍ମା ଥିଲେ । ୭୫ ବର୍ଷରେ ଆମର କଣ ଦାୟିତ୍ୱ ନ ଥିଲା ପୁରା ଦୁନିଆ ମହାତ୍ମା ଗାନ୍ଧୀଙ୍କୁ ଜାଣନ୍ତୁ । କେହି ଜାଣି ନ ଥିଲେ ମହାତ୍ମା ଗାନ୍ଧୀଙ୍କୁ । ପ୍ରଥମ ଥର ଯେବେ ଗାନ୍ଧୀ ଫିଲ୍ମ ନିର୍ମାଣ ହେଲା । ଦୁନିଆରେ ତାଙ୍କ ବିଷୟରେ ଲୋକେ ଜାଣିବାକୁ ଆଗ୍ରହ ପ୍ରକାଶ କଲେ । କିଏ ଏହି ମହାତ୍ମା ଗାନ୍ଧୀ ଜାଣିବାକୁ ଚାହିଁଲେ । ଆମେ ତାଙ୍କ ପାଇଁ ବିଶେଷ କିଛି କରି ପାରିନୁ । ମୋଦୀ ଏହା ମଧ୍ୟ କହିଛନ୍ତି, ଯଦି ଦୁନିଆ ମାର୍ଟିନ ଲୁଥର କିଙ୍ଗ,ନେଲସନ ମାଣ୍ଡେଲାଙ୍କ ଜାଣନ୍ତି ତେବେ ଗାନ୍ଧୀଜୀ ତାଙ୍କଠୁ କମ ନ ଥିଲେ । ଆପଣଙ୍କୁ ଏହା ସ୍ୱୀକାର କରିବାକକୁ ପଡିବ ଯେ, ମୁଁ ସାରା ଦୁନିଆ ଯାତ୍ରା କରିବା ପରେ ଏହି କଥା କହୁଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବାସ୍ତବତାଠୁ ବହୁ ଦୂରରେ ରହିଛି । ସେ କାହିଁକି ଏମିତି ଟିପ୍ପଣୀ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ବିଶ୍ୱର ସବୁଠୁ ଲୋକପ୍ରିୟ ଓ ଜନ ପ୍ରତିନିଧି । ପାଠପଢା ସାରି ଭାରେ ଆସିବା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକାରେ ପ୍ରସିଦ୍ଧି ଲାଭ କରି ସାରିଥିଲେ । ସେଠାରେ ସେ କଳାଗୋରା ଭେଦଭାବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ବିଶ୍ୱରେ ସବୁଠୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ । କିନ୍ତୁ ମହାତ୍ମା ଗାନ୍ଧୀଙ୍କୁ ଫିଲ୍ମ ରିଲିଜ ପୂର୍ବରୁ କେହି ଜାଣି ନ ଥିବା ବୟାନ ମୋଦୀଙ୍କ ଅଜ୍ଞାତକୁ ଦର୍ଶାଉଛି ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି ।

କଂଗ୍ରେସ ମୋଦୀଙ୍କ ଏହି ଟିପ୍ପଣୀର ସମାଲୋଚନା କରିଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ମହାତ୍ମ୍ୟକୁ ନଷ୍ଟ କରିବାକୁ ବିଜେପି ଚାହୁଁଛି । ଲାଗୁଛି ମୋଦୀ ଏମିତି ଦୁନିଆରେ ରହୁଛନ୍ତି , ଯେଉଁଠି ୧୯୮୨ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କୁ ସାରା ଦୁନିଆରେ ମାନ୍ୟତା ମିଳି ନ ଥିଲା । ଯଦି କେହି ମହାତ୍ମା ଗାନ୍ଧୀଙ୍କ ଇତିହାସକୁ ନଷ୍ଟ କରୁଛି ତେବେ ତାହା ନିଜେ ପ୍ରଧାନମନ୍ତ୍ରୀ ମୋଦୀ ।