ଭୁବନେଶ୍ବର ବିମାନବନ୍ଦରରେ ପଶିଲା ନାଗ ସାପ


ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପଶିଲା ନାଗ ସାପ । ସାପ ଦେଖା ଯିବା ପରେ ସ୍ନାକ ହେଲ୍ପ ଲାଇନକୁ ଖବର ଦେଇଥିଲେ ଏୟାରପୋର୍ଟ କର୍ତ୍ତୃପକ୍ଷ । ପରେ ସାପଟିକୁ ଉଦ୍ଧାର କରାଯାଇ ପ୍ରାକୃତିକ ବାସସ୍ଥଳରେ ଛାଡି ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରାୟ ସାଢ଼େ ୩ ଫୁଟ ଲମ୍ବର ଏକ ନାଗସାପ ବିମାନବନ୍ଦର ଭିତରକୁ ପଶି ଆସିଥିଲା । ସାପଟି ଦୁଇ ନମ୍ବର ଟର୍ମିନାଲର ଲୁହା ସ୍ଲାବ ଭିତରେ ଫସିଯାଇଥିଲା । ଏହା ଦେଖିବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇବା ପରେ ସ୍ନେକ ହେଲ୍ପ ଲାଇନ୍ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ସାପଟିକୁ ଉଦ୍ଧାର କରିଥିଲେ ।