ଗୁଦଗୁଦା ଗ୍ରାମ ରାସ୍ତା ଅବରୋଧ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଗୁହାରି କଲେ ଗ୍ରାମବାସୀ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି – ଗୁଦଗୁଦା ନିର୍ମାଣାଧୀନ ରାସ୍ତାକୁ କେତେକ ବ୍ୟକ୍ତି ବାଡ ଦେଇ ଅବରୋଧ କରିଥିଲେ l 19 ଦିନ ପରେ ପୋଲିସ ଉପସ୍ଥିତିରେ ଉକ୍ତ ବlଡlକୁ ଖୋଲି ଦିଆ ଯାଇଥିଲା l ମାତ୍ର 10 ଦିନ ପରେ ଏବେ ପୁଣି ଉକ୍ତ ରାସ୍ତା ଉପରେ ବାଡ଼ ଦେଇ ଅବରୋଧ କରାଯାଇଛି l ଏହାର ପ୍ରତିବାଦରେ ବୁଧବାର ଗୁଦଗୁଦା ଗ୍ରାମବାସୀ ଉକ୍ତ ରାସ୍ତାକୁ ଖୋଲି ସ୍ୱାଭାବିକ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଗୁହାରି ଜଣାଇଛନ୍ତି I ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଏଡିଏମ୍ ଙ୍କୁ ଦାବିପତ୍ର ପ୍ରଦାନ କରି ସମସ୍ୟାର ସମାଧାନ ପୂର୍ବକ ପରିସ୍ଥିତି ସ୍ୱାଭାବିକ କରିବାକୁ ଅନୁରୋଧ କରିଥିଲେ I କୌଣସି ବାଟ ନ ଫିଟିଲେ ସେମାନେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି I ଗୁଦଗୁଦା ଚମ୍ପେଶ୍ଵର ମିର୍ଦ୍ଧା ଙ୍କ ସହିତ ଗ୍ରାମର ଗଣେଶ ମିର୍ଦ୍ଧା , ନନ୍ଦୀ ମିର୍ଦ୍ଧା , ବିଦେଶୀ ମିର୍ଦ୍ଧା , ବଳରାମ ମିର୍ଦ୍ଧା , ରୁଷି ଭୋଇ , ସୁରେନ୍ଦ୍ର ଭୋଇ , ସରୋଜ ନାଏକ , କୁବେର ରାଏ , ମହାନ୍ତି ମିର୍ଦ୍ଧା , ନାଗେଶ୍ଵର ମିର୍ଦ୍ଧା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ I ଅମର ପାଲି ପୂର୍ତ୍ତ ବିଭାଗ ରାସ୍ତା ରୁ ଗୁଦଗୁଦା ଗ୍ରାମକୁ ପ୍ରାୟ 2 କିମି ରାସ୍ତା ଥିବାବେଳେ ଦୀର୍ଘ ଦିନର ଦାବି ପରେ ଉକ୍ତ ଗ୍ରାମକୁ ଏବେ ନୂତନ ରାସ୍ତା ନିର୍ମାଣ କରାଯାଉଛି I ଗତ ଏପ୍ରିଲ 27 ତାରିଖରେ ଅମର ପାଲି ଗ୍ରାମର କେତେକ ବ୍ୟକ୍ତି ଉକ୍ତ ରାସ୍ତା ମଝିରେ ଏକ ବାଡ ଦେଇ ଅବରୋଧ କରିଥିଲେ l ସେମାନଙ୍କ ଦାବି ଅନୁସାରେ ଉକ୍ତ ରାସ୍ତାର କେତେକ ଅଂଶ ତାଙ୍କ ରଇତି ଜମି ରହିଥିବାରୁ ସେମାନେ ବାଡ ଦେଇଥିଲେ ଏବଂ ଆଲୋଚନା ପରେ ରାସ୍ତା ଛାଡି ଦିଆ ଯାଇଥିଲା I ହେଲେ ଗତ ମାର୍ଚ୍ଚ 26 ତାରିଖରେ ରାସ୍ତା ନିର୍ମାଣ ବେଳେ ସେମାନେ ପୁଣି ଥରେ ରାସ୍ତା ଅବରୋଧ କରିଥିଲେ l 27 ରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ କୁ ଯାଇ ତହସିଲଦାର ଙ୍କ ପାଖରେ ଅଭିଯୋଗ କରିଥିଲେ I ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ କେନଝରିଆ ପାଲି ରାଜସ୍ଵ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ରାସ୍ତା ର ଜମି ଚିହ୍ନଟ କରିଥିଲେ I ତେବେ ସେହି ସମୟରେ ଗ୍ରାମବାସୀ ଙ୍କ ଆଲୋଚନାର ଦୁଇ ଦିନ ପରେ ରାସ୍ତା ଅବରୋଧ ହଟାଇ ଦିଆଯାଇ ଥିଲା ମାତ୍ର ଏପ୍ରିଲ 28 ରେ ସେହି ବ୍ୟକ୍ତିମାନେ ରାସ୍ତାରେ ବାଡ ଦେଇ ଅବରୋଧ କରିଥିଲେ I ଫଳରେ ଉକ୍ତ ଗ୍ରାମକୁ କୌଣସି ଗାଡି ମୋଟର ଯାତାୟତ କରି ପାରୁ ନ ଥିଲା I ଉକ୍ତ ରାସ୍ତା ଦେଇ ଅମର ପାଲି , ଗୌଡ ଗlଡ଼ , ବହଳପଦର ଓ ବୀରମହାରାଜପୁର ଅଞ୍ଚଳର ଲୋକମାନେ ଚlରମlଲ , ରେଢ଼ାଖୋଲ ଆଦି ଅଞ୍ଚଳକୁ ଯିବା ଆସିବା କରିଥାନ୍ତି l ରେଢ଼ାଖୋଲ ବ୍ଲକ ର ଗରଗଡବାହାଲ , କୁଆ ଖୋଲ , ଡଙ୍ଗାପଥର , ତେଲିଘଣା ଆଦି ଗ୍ରାମର ଲୋକେ ପ୍ରତ୍ୟେକ କାମ ପାଇଁ ବୀରମହାରାଜପୁର ଉପରେ ନିର୍ଭର କରିଥାନ୍ତି l ଯାତାୟତ କରି ନ ଥିବାରୁ ସମସ୍ତେ ଅସୁବିଧାର ସମ୍ମୁଖୀନ ହୋଇଥିଲେ l ତେବେ ନିର୍ବାଚନ ପୂର୍ବରୁ ଗତ 18 ତାରିଖ ରେ ବୀରମହାରାଜପୁର ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ହରିହର ଜୋର୍ ଫାଣ୍ଡି ଅଧିକାରୀ ତାଙ୍କ ଟିମ୍ ସହିତ ଯାଇ ରାସ୍ତା ଅବରୋଧ କରିଥିବା ବ୍ୟକ୍ତି ଓ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ବାଡ଼ ଖୋଲିଥିଲେ I ମାତ୍ର ପୁଣି ଉକ୍ତ ଲୋକମାନେ ଏହି ରାସ୍ତାରେ ବାଡ ଦେଇ ରାସ୍ତା ଅବରୋଧ କରିଛନ୍ତି l ରାସ୍ତା ଅବରୋଧକାରୀ ଙ୍କ ସହିତ ଗ୍ରାମବାସୀ ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ହୋଇ ନ ପାରିବାରୁ ବୁଧବାର ବୀରମହାରାଜପୁର ତହସିଲଦାର ଭେଟି ଦାବିପତ୍ର ଦେବା ପରେ ସେମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି l