Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଥରେ ଚାଲିଗଲା ଭୋଟରଙ୍କ ଜୀବନ

ନୀଳଗିରି: ଭୋଟ ଦେବାକୁ ଆସି ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ବିଧାନସଭା କ୍ଷେତ୍ରରେ ଘଟିଛି । ମୃତ ବ୍ୟକ୍ତି ଜରଙ୍କ ଈଶ୍ବରପୁର ବୁଥ ନମ୍ବର ୧୫୯କୁ ଭୋଟ ଦେବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ଖବର ଅନୁସାରେ, ବୟସ୍କ ବ୍ୟକ୍ତି ଜଣଙ୍କ ବୁଥକୁ ଆସିବା ପରେ ଧାଡିରେ ଛିଡ଼ା ହୋଇଥିଲେ । ତାଙ୍କ ନମ୍ବର ଆସିବା ପରେ ସେ ଭିତରକୁ ଯାଇଥିଲେ । ଏହି ସମୟରେ ସେ ଚେତା ହରାଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଅସହ୍ୟ ଖରା ସହ ଗୁଳିଗୁଳି ହେଉଛି । ଅତ୍ୟଧିକ ଗରମ ହେତୁ ଏପରି ଅଘଟଣ ଘଟିଥିବା କୁହାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories