ଆସିଲା ଏକଜିଟ ପୋଲ; ଏନଡିଏର ହ୍ୟାଟ୍ରିକ, ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ


ଭୁବନେଶ୍ବର: ଶେଷ ତଥା ସପ୍ତ ପର୍ଯ୍ୟାୟ ମତଦାନ ସରିବା ପରେ ବିଭିନ୍ନ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲି ଆସିବାରେ ଲାଗିଛି । ପ୍ରାୟତଃ ସବୁ ରିପୋର୍ଟରେ ଏନଡିଏ ପୁଣି ସରକାରକୁ ଫେରୁଥିବା ଓ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଦେଖିବାକୁ ମିଳୁଛି ।
ତେବେ ବିଜେପି ଦେଇଥିବା ୪୦୦ ପାର ନାରା ଫେଲ ମାରିବ ବୋଲି ଏକଜିଟ ପୋଲରେ କୁହାଯାଇଛି । ସେହିପରି କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ୨୦୧୯ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବେ । ୨୦୧୯ରେ କଂଗ୍ରେସ ମାତ୍ର ୫୨ଟି ଓ ୟୁପିଏ ୯୧ଟି ସିଟ ଜିତିଥିଲେ । ହେଲେ ଏଥର ଇଣ୍ଡିଆ ମେଣ୍ଟ ୧୫୦ରୁ ଅଧିକ ଆସନ ଜିତିବାକୁ ଯାଉଥିବା ଏକଜିଟ ପୋଲରେ କୁହାଯାଇଛି ।
ଜନ୍ କି ବାତର ତଥ୍ୟ ଅନୁଯାୟୀ ଏନଡିଏ ୩୬୨ରୁ ୩୯୨, ଇଣ୍ଡି ୧୪୧-୧୬୧ ଓ ଅନ୍ୟାନ୍ୟ ଦଳ ୧୦-୨୦ ଆସନ ଜିତବେ ।
Republic ଭାରତ-ପି ଏମଆରକ୍ୟୁର ଏକ୍ଜିଟ୍ ପୋଲ ତଥ୍ୟ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନଡିଏ ୩୫୯, ଇଣ୍ଡି ମେଣ୍ଟ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନ ଜିତିବେ ।
ଇଣ୍ତିଆ ନ୍ୟୁଜ- ଡି ଡାଇନାମିକାର ଏକଜିଟ ପୋଲରେ କୁହାଯାଇଛି ଏନଡିଏ ୩୭୧, ଇଣ୍ଡି ୧୨୫ ଓ ଅନ୍ୟାନ୍ୟ ଦଳ ୪୭ଟି ଆସନରେ ଜିତିବେ ।
Matrize କହିଛି, ଏନଡିଏ ୩୫୩ରୁ ୩୬୮, ଇଣ୍ଡି ୧୧୮ରୁ ୧୩୩ ଓ ଅନ୍ୟ ଦଳ ୪୩ରୁ ୪୮ ଆସନ ଜିତିବେ ।
ଟିଭି-5 ତେଲୁଗୁର ସର୍ଭେରୁ ଜଣାପଡ଼ିଛି, ଏନଡିଏ ୩୫୯, ଇଣ୍ଡି ୧୫୪ ଓ ଅନ୍ୟ ଦଳ ୩୦ଟି ଆସନରେ ବାଜିମାତ କରିବେ ।
ପୋଲ ଅଫ ଏକଜିଟ ପୋଲରେ ବିଜେପି ୩୬୫, ଇଣ୍ତି ୧୪୨ ଓ ଅନ୍ୟାନ୍ୟ ଦଳ ୩୬ଟି ଆସନ ଜିତିବେ ।