Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅରୁଣାଚଳ ଓ ସିକ୍କିମରେ ଚାଲିଛି ଭୋଟ ଗଣତି; ସରକାର ଗଠନ ଆଡ଼କୁ ବିଜେପି

ଭୁବନେଶ୍ବର: ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଦୁଇ ରାଜ୍ୟରେ ଭୋଟ ଗଣତି ସକାଳୁ ଆରମ୍ଭ ହୋଇଯାଇଛି । ପ୍ରାରମ୍ଭିକ ଫଳାଫଳ ଦର୍ଶାଉଛି ଅରୁଣାଚଳ ପ୍ରଦେଶରେ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେ ସିକ୍କିରେ ଶାସକ ଦଳ SKM କ୍ଲିନ୍ ସ୍ୱିପ୍ କରିବାକୁ ଯାଉଛି ।

ଅରୁଣାଚଳ ପ୍ରଦେଶରେ ମୋଟ ୬୦ ସିଟ୍ ମଧ୍ୟରୁ ୧୦ଟି ଆସନରେ ନିର୍ବାଚନ ପୂର୍ବରୁ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ବାକି ୫୦ଟି ଆସନରୁ ୩୧ଟିରେ ବିଜେପି ଆଗୁଆ ରହିଛି । ଅନ୍ୟପଟେ ବିରୋଧୀ ଏନ୍‌ସିପି ୩ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ଖାତା ଖୋଲିବା ସହ ଗୋଟିଏ ଆସନରେ ଆଗୁଆ ରହିଛି ।

ସେହିଭଳି ସିକ୍କିମରେ ୩୨ଟି ବିଧାନସଭା ଆସନ ଲାଗି ଭୋଟ୍ ଗଣତି ଜାରି ରହିଛି । ସିକ୍କିମରେ ଶାସକ SKM କ୍ଲିନ୍ ସ୍ୱିପ୍ କରିବାକୁ ଯାଉଛି । ଏଠାରେ ଶାସକ SKM ୨୭, SDF ଗୋଟିଏ ଓ ବିଜେପି ଗୋଟିଏ ଆସନରେ ଆଗୁଆ ରହିଛନ୍ତି । SKM ଲଗାତର ଦ୍ୱିତୀୟ ଥର ପାଇଁ ବିଜୟୀ ଆଡକୁ ଗତି କରୁଛି । ଏଠାକାର ମ୍ୟାଜିକ୍‌ ନମ୍ବର ୧୭ ରହିଛି ।