Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଭରତପୁର ଥାନା ନାକା ଗେଟ୍ ସମ୍ମୁଖରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଡ୍ରେନରେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ କେହି ତାଙ୍କୁ ହତ୍ୟା କରିବା ପରେ ଡ୍ରେନରେ ଶବ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ହେବ ।