ଭୁବନେଶ୍ବର: ଆଜି ଚାଲିଛି ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଭୋଟ ଗଣତି । ମିଳିଥିବା ସୂଚନା ଅନୁସାରେ ଅରୁଣାଚଳ ପ୍ରଦେଶରେ ବିଜେପି ମ୍ୟାଜିକ୍ ନମ୍ବର ଅତିକ୍ରମ କରି ସାରିଛି । ରାଜ୍ୟରେ ମୋଟ ୬୦ ବିଧାନସଭା ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ୩୧ ରହିଛି । ବର୍ତ୍ତମାନ ସୁଦ୍ଧା ବିଜେପି ୪୫ଟି ସିଟରେ ଜିତି ସାରିଥିବା ବେଳେ ଗୋଟିଏ ଆସନରେ ଆଗୁଆ ଚାଲିଛି ।
ଏହା ବ୍ୟତୀତ ଏନପିପି ୪ଟି ସିଟ୍ ଜିତିଛି ଓ ୨ଟିରେ ଆଗରେ ରହିଛି । ବିଜେପି ସଂଖ୍ୟା ଗରିଷ୍ଠତାଠାରୁ ବହୁତ ଆଗରେ ରହିଛି । ଚୂଡ଼ାନ୍ତ ତାଲିକା ଆସି ନଥିଲେ ବି ବିଜେପି ଶିବିରରେ ଉତ୍ସବ ଆରମ୍ଭ ହୋଇଯାଇଛି । ବିଜେପି କର୍ମୀ ଓ ନେତାମାନେ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଶନ କରିବା ସହ ପରସ୍ପରକୁ ମିଠା ବାଣ୍ଟୁଛନ୍ତି ।
ଆଜି ସକାଳୁ ଅରୁଣାଚଳରେ ମତ ଗଣନା ଜାରି ରହିଥିବାବେଳେ ବିଜେପି ଆଗରେ ଥିଲା । ଏଥର ବିଜେପି ମୋଟ ୬୦ଟି ଆସନରୁ ୪୬ଟି ଆସନରେ ପ୍ରାର୍ଥୀ ଦେଇଥିଲା । ପୂର୍ବରୁ ବିଜେପିର ୧୦ ଜଣ ପ୍ରାର୍ଥୀ ଏଠାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି । ତେବେ ଏଠାରେ ମୁଖ୍ୟ ବିରୋଧୀ ଦଳ ଏନପିପିକୁ ୫ଟି ଆସନ ମିଳି ଛି। ସେହିପରି କଂଗ୍ରେସ କେବଳ ଗୋଟିଏ ଆସନ ହାତେଇ ପାରିଛି । ଅନ୍ୟାନ୍ୟ ୭ଟି ଆସନରେ ଜିତିଛି ଓ ୧ ଆସନରେ ଆଗୁଆ ଅଛନ୍ତି ।
ଅରୁଣାଚଳ ପ୍ରଦେଶରେ ପୁଣି ବିଜେପି ସରକାର; ମ୍ୟାଜିକ୍ ନମ୍ବରରୁ ଢେର ଆଗରେ
