ଆଜି ନାମାଙ୍କନ ଭରିବେ ଦୀପାଳି


ଝାରସୁଗୁଡା: ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଝାରସୁଗୁଡା ଉପନିର୍ବାଚନ ଲାଗି ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ ତରୁଣ ପାଣ୍ଡେ ଓ ଟଙ୍କଧର ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଦୀପାଳୀ ସରବାହାଲସ୍ଥିତ ବାସଭବନରୁ ବାହାରି ସୁନାରୀମୁଣ୍ଡାସ୍ଥିତ ଇଷ୍ଟଦେବୀ ମା’ ପାଟଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ପରେ ମନମୋହନ ସ୍କୁଲରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବେ। ଏହାପରେ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ଦୀପାଳି ।

ନାମାଙ୍କନ ପତ୍ର ଦାଖଲ ବେଳେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକ ସାମିଲ ହେବେ । ଏଥିସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ଟୁକୁନି ସାହୁ, ରିତା ସାହୁ, ପ୍ରତାପ ଜେନା, ପ୍ରତାପ ଦେବ, ପଦ୍ମନାଭ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହିତ ଦଳୀୟ ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହେବେ ବୋଲି ସୂଚନା ମିଳିଛି ।