Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାସୁଦେବ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ମେଧାବୀଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡା ୩/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ଆଜକା ସମ୍ମିଳନୀ କକ୍ଷରେ ବ୍ରଜରାଜନଗର ବାସୁଦେବ ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ରବିବାର ଦିନ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରା ଯାଇଥିଲା । ଉକ୍ତ ସଭାରେ ବାସୁଦେବ ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରତ୍ୟୁଷ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ଭଲ ନମ୍ବର ରଖି ଲଖନପୁର ବ୍ଲକ ତଥା ଅଞ୍ଚଳକୁ ଗୌରାନ୍ମିତ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହା ସହିତ ସେମାନଙ୍କୁ ଗୋଟିଏ ଲେଖାଏଁ ଲ୍ୟାପଟପ ସହ ଆବଶ୍ୟକ ଉପକରଣ ମଧ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ବିଶେଷ କରି ଛାତ୍ରଛାତ୍ରୀ ମାନେ ଯେପରି ଶିକ୍ଷାପ୍ରତି ଅନୁପ୍ରାଣିତ ହୋଇ ସେମାନେ ଅଧୁନା ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ର ଅଧିକାରୀ ହୋଇ ପାରିବେ । ଏହା ବ୍ୟତୀତ ବର୍ତ୍ତମାନ ଡିଜିଟାଲ ଯୁଗରେ ଉଚ୍ଚ ଶିକ୍ଷା ଲାଭ ନିମନ୍ତେ ଲାପଟପ ନିତାନ୍ତ ଆବଶ୍ୟକତା ରହିଛି । ତେଣୁ ବାସୁଦେବ ଫାଉଣ୍ଡେସନ ପକ୍ଷରୁ ସେମାନଙ୍କୁ ପ୍ରଦାନ କରା ଯାଇଥିବା ଲ୍ୟାପଟପ ବିଶେଷ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଆଜି ସମ୍ବର୍ଦ୍ଧିତ କରା ଯାଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ମୂରଲୀପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ବିମଲ ଦେହେରି ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୫୫୯ ନମ୍ବର ରଖି (ଏ-୧ ଗ୍ରେଡ) ଝାରସୁଗୁଡା ଜିଲ୍ଲାର ଟପ୍ପର ହୋଇଥିବା ବେଳେ ସେହି ବିଦ୍ୟାଳୟର ଛାତ୍ରୀ ଶୀତଳ ସା ୫୪୪ ନମ୍ବର (ଏ-୧ ଗ୍ରେଡ) ଓ ପାୟଲ ସାହୁ – ୫୪୨ (ଏ-୧ ଗ୍ରେଡ) ଅନ୍ତର୍ଭୁକ୍ତ ଥିବା ବେଳେ ୨୦୨୩ ମସିହାରେ ମାଟ୍ରିକ ପରୀକ୍ଷାରେ ପଞ୍ଚଗାଁ ଦେବକୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସନ୍ତୋସିନୀ ସାହୁ ଝାରସୁଗୁଡା ଜିଲ୍ଲା ଟପ୍ପର ଏବଂ ଅଭାବ ଅନଟନକୁ ଖାତିର ନ କରି ବେଶ ସଂଘର୍ଷମୟ ଜୀବନ ଯାପନ କରୁଥିବା ସତ୍ବେ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ରେଙ୍ଗାଲି ଗ୍ରାମର ଛାତ୍ରୀ ରୀମାରାଣୀ ସାହୁଙ୍କୁ ସମ୍ମାନୀତ କରିବା ସହିତ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l ଏମାନଙ୍କ ବ୍ୟତୀତ ନିସ୍ଵାର୍ଥପର ଭାବେ ପରିଶ୍ରମ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରୁଥିବା ପଞ୍ଚଗାଁ ଡି ଡି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦଲାଲ ସାହୁ ଏବଂ ମୁରଲୀପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରଦୀପ ଭୋଇଙ୍କ ସହିତ ଛାତ୍ରଛାତ୍ରୀ ମାନଙ୍କ ବାପା ମାନଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା l
ଏହି କାର୍ଯ୍ୟକ୍ରମରେ ବାସୁଦେବ ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ପଣ୍ଡା ଙ୍କ ସହିତ ମହିମା ଡିଗ୍ରୀ କଲେଜର ଅଧ୍ୟକ୍ଷ ରମଣି ରଞ୍ଜନ ବିଶ୍ୱାଳ, ମହିମା ସଂସ୍କୃତିକ କଳା ପରିଷଦ ସଭାପତି ସୁରଙ୍ଗ ପ୍ରଧାନ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକାର ମୁଖ୍ୟ ଗୌତମ ବେହେରା ସଭାପତିତ୍ୱ କରିଥିବା ବେଳେ ପ୍ରକ୍ୱଳ୍ପ ନିର୍ଦ୍ଦେଶକ ଅଶୋକ ପଧାନ ସଭା ପରିଚାଳନା କରିଥିଲେ ଏବଂ ଶିକ୍ଷାବିଦ ମୀନକେତନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକା ର ସମସ୍ତ କାର୍ଯ୍ୟକାର୍ତ୍ତା ପରିଚାଳନା ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ