ଭୁବନେଶ୍ୱର: ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରେଜଲ୍ଟ । www.ojee.nic.in I www.odishajee.comରେ ପରୀକ୍ଷାର୍ଥୀମାନେ ନିଜର ରେଜଲ୍ଟ ଦେଖି ପାରିବେ । ବି ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଛନ୍ତି । ଏଲଇ.ଟେକ(ଡିପ୍ଲୋମା)ରେ ବିଲଟୁ ମଣ୍ଡଳ, ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମ ଫାର୍ମାରେ ପଦ୍ମାଳୟା ମିଶ୍ର ଏବଂ ଏମସିଏ/ଏମଏସସିରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଛନ୍ତି ।
ଏଥର ମେ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଭିତରେ ୩୦ ଏବଂ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।