ବୀରମହାରାଜପୁର ବସ ଷ୍ଟାଣ୍ଡ କୁ ଘରୋଇ ବସ ଯିବାକୁ ଦାବି


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ରାଜ୍ୟ ସରକାରଙ୍କ ଓ ଏସ ଆର ଟି ସି ତରଫରୁ ନିର୍ମାଣ ହୋଇଛି ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ I ହେଲେ ଏହି ବସଷ୍ଟାଣ୍ଡ କୁ କେବଳ ସରକାରୀ ବସ୍ ଯିବା ଆସିବା କରୁଥିବା ବେଳେ ଘରୋଇ ବସ ଯାଉନାହିଁ I ଫଳରେ ପ୍ରାଇଭେଟ ବସ୍ ରେ ଯିବା ଆସିବା କରୁଥିବା ଯାତ୍ରୀ ଏବେ ପ୍ରଚଣ୍ଡ ଖରାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଯାତ୍ରୀ ମାନେ ବସ ରୁ ଓହ୍ଲାଇବା ପରେ ବସ ଷ୍ଟାଣ୍ଡ ରେ ଅପେକ୍ଷା କରିବା ସହିତ ଶୌଚାଳୟ ସଙ୍ଗେ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଛି I ହେଲେ ଜିଲ୍ଲାର ଉପଖଣ୍ଡ ସଦର ମହକୁମା ବୀରମହାରାଜପୁର କୁ କେବଳ ଲକ୍ଷ୍ମି ବସ୍ ଏବଂ ଏକମାତ୍ର ସରକାରୀ ବସ୍ , ବସଷ୍ଟାଣ୍ଡ କୁ ପ୍ରବେଶ କରୁଛି I ବୀରମହାରାଜପୁର ଦେଇ ଯାତାୟତ କରୁଥିବା କିମ୍ବା ରାତ୍ରି କାଳୀନ ବେସରକାରୀ ବସ୍ ଗୁଡିକ ରାସ୍ତା ଉପରେ ଘଣ୍ଟା ଘଣ୍ଟାଧରି ଛିଡା ହେଉଥିବାବେଳେ ଯାତ୍ରୀ ଚଢିବା, ଓହ୍ଲାଇବା ପାଇଁ ଗହଳି ଲାଗି ରହୁଛି I ତେଣୁ ରାସ୍ତା ଜାମ ହୋଇଥିବା ଏବଂ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଦେଖାଯାଇଛି I ରାଜ୍ୟ ସରକାର ବୀରମହାରାଜପୁର ରେ ଥିବା ପୁରୁଣା ବସଷ୍ଟାଣ୍ଡ ଏବଂ ନିକଟରେ ଥିବା ଶୌଚାଳୟ ଏବଂ କିଛି ଦୋକାନ ଘର ସବୁ ଭାଙ୍ଗି ଏକ ବଡ ବସ୍ ଷ୍ଟାଣ୍ଡ ତିଆରି କରିଛନ୍ତି l ଦୈନିକ ବୀରମହାରାଜପୁର ରୁ ସମ୍ବଲପୁର , ବଲାଙ୍ଗିର , ବୌଦ୍ଧ , ବରଗଡ଼ , ଅନୁଗୋଳ ଆଦି କୁ ବହୁ ଯାତ୍ରୀ ବାହି ବସ୍ ଯିବା ଆସିବା କରିଥାଏ I ଏଥି ସହିତ ବିଭିନ୍ନ ସ୍ଥାନରୁ ବୀରମହାରାଜପୁର ଦେଇ ଭୁବନେଶ୍ବର , କଟକ , ଶ୍ରୀ କ୍ଷେତ୍ର ପୁରୀ ଆଦି କୁ ରାତ୍ରି କାଳୀନ ଦ୍ରୁତଗାମୀ ବସ୍ ମଧ୍ୟ ଯାଇଥାଏ I ବସ୍ କୁ ଯାତ୍ରୀ ମାନେ ଅପେକ୍ଷା କରିବାକୁ ବିଭିନ୍ନ ଦୋକାନ , ଗଚ୍ଛ ତଳ , ରାସ୍ତା କଡ ଉପରେ ରହିବାକୁ ବାଧ୍ୟ ହୋଇଥାନ୍ତି I ଏଣୁ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ସମସ୍ତ ସରକାରୀ ବସ୍ ସହିତ ଘରୋଇ ବସ କୁ ମଧ୍ୟ ବସଷ୍ଟାଣ୍ଡ ଭିତରକୁ ଯିବାକୁ ଅନୁମତି ଦେବାକୁ ସବୁ ମହଲରେ ଦାବି ହୁଏ I