Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆକାଶ ଏୟାରଲାଇନ୍ସ ସେବା; ପ୍ରଥମ ଥର ଭୁବନେଶ୍ବରରୁ ଉଡିଲା ପୁଣେ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରଥମ ଥର ଉଡାଣ ଭରିଲା ଆକାଶ ରଲାଏୟାରଇନ୍ସ। ଭୁବନେଶ୍ବରରୁ ପୁଣେ ଓ ବେଙ୍ଗାଲୁରକୁ ପ୍ରଥମ ଉଡାଣ ଭରିଛି ଆକାଶ ଏୟାରଲାଇନ୍ସ । ଏହା ସବୁଠାରୁ କମ ଦେୟ ଯୁକ୍ତ। ଏହି ବିମାନ ସପ୍ତାହରେ ୧୪ ଥର ଉଡାଣ ଭରିବ। ଆକାଶ ଏୟାର ତା’ର ଉଡାଣ ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ  କରିଛ । ପ୍ରଥମ ଉଡାଣ ଭୁବନେଶ୍ୱରରୁ ପୁଣେ ଥିଲା   ।

ଆକାଶ ଏୟାରଲାଇନ୍ସ ପ୍ରତିଦିନ ବେଙ୍ଗାଲୁରରୁ ସଂଧ୍ୟା ୫ଟା ୪୦ରେ ଉଡ଼ାଣ ଆରମ୍ଭ କରି ରାତି ୭ଟା ୫୦ରେ ଭୁବନେଶ୍ୱରରେ ଅବତରଣ କରିବ। ସେହିପରି ଭୁବନେଶ୍ୱରରୁ ଅପରାହ୍ନ ୨.୦୫ରେ ଉଡାଣ ଆରମ୍ଭ କରି ଅପରାହ୍ନ ୪.୨୦ ବେଙ୍ଗାଲୁରରେ ଅବତରଣ କରିବ ।

ସେହିପରି ଭୁବନେଶ୍ୱରରୁ ସକାଳ ୮.୪୦ରୁ ପୁଣେ ଅଭିମୁଖେ ଉଡାଣ ଆରମ୍ଭ କରି ସକାଳ ୧୦.୫୦ରେ ପହଞ୍ଚିବ । ସେଠାରୁ ପୂର୍ବାହ୍ନ ୧୧.୨୫ରେ ଉଡାଣ ଆରମ୍ଭ କରି ଭୁବନେଶ୍ୱରରେ ଅପରାହ୍ନ ୧.୩୦ରେ ଅବତରଣ କରିବ ।

କୋଟିପତି ନିବେଶକ ରାକେଶ ଝୁନଝୁନୱାଲାଙ୍କ ସମର୍ଥନରେ ଭାରତର ଏହି ନୂଆ ଏୟାର ଲାଇନ୍ସ ଆକାଶ ଏୟାର ଗତବର୍ଷ ଅଗଷ୍ଟରେ ପ୍ରଥମ ଥର ପାଇଁ ମୁମ୍ବାଇ-ଅହମ୍ମଦାବାଦ ଉଡାଣ ଭରିଥିଲା  ।