Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି…ବିଜେଡ଼ି କୁ ଟିକେଟ ବଣ୍ଟନ ର ଭୁଲ ମହଙ୍ଗା ପଡିଲା…କଂଗ୍ରେସ ର ପବିତ୍ର ସାଉଁତା ହେଲେ ଲକ୍ଷ୍ମୀପୁର ବିଧାୟକ

ଲକ୍ଷ୍ମୀପୁର ୦୪/୦୬ .. ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ଓଡିଶା ବିଧାନସଭା ଆସନ ସକାଶେ ସବୁବେଳେ ଚର୍ଚିତ ହୋଇ ରହିଥାଏ।୨୦୨୪ନିର୍ବାଚନ ରେ ଏହି ବିଧାନସଭା ଆସନ ରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଥିଲା,  କିନ୍ତୁ ବିଧାନସଭା ଆସନ ଘୋଷଣା ପରେ କଂଗ୍ରେସ ଏକାକୀ ୨୦ ହଜାର ରୁ ଉର୍ଦ୍ଧ ଭୋଟ ପାଇ ବିଜୟୀ ହୋଇଛି । ଶାସକ ଦଳ ର ପ୍ରାର୍ଥୀ ପ୍ରଭୁ ଜାନି ଓ ବିଜେପି ର କୈଳାଶ କୁଲେସିକା, ପବିତ୍ର ସାଉଁତା ର ନିକଟତର ହେବାକୁ ମଧ୍ୟ ସମକକ୍ଷ ହୋଇ ପାରିନାହାନ୍ତି।ଏହି ନିର୍ବାଚନ ରେ ବିଜେଡି ର ପ୍ରଭୁ ଯାନୀ, ବିଜେପି ର କୈଳାଶ କୁଲେସିକା ଓ କଂଗ୍ରେସ ର ନବାଗତ ଯୁବ ଚେହେରା ପବିତ୍ର ସାଉଁତା ମୈଦାନ ରେ ଲଢେଇ କରିଥିଲେ।ବିଜେଡ଼ି ପ୍ରାର୍ଥୀ ତଥା ୨୦୧୯ ର ବିଜୟୀ ବିଧାୟକ ପ୍ରଭୁ ଯାନୀ ଙ୍କୁ ୨୦ହଜ଼ାର ୯୨୨ ଖଣ୍ଡ ଭୋଟ ରେ ପରାସ୍ତ କରି କଂଗ୍ରେସ ପବିତ୍ର ସାଉଁତା ବିଜୟୀ ହୋଇଛନ୍ତି । ପବିତ୍ର ସାଉଁତା ୫୯୪୪୭, ପ୍ରଭୁ ଜାନି ୩୮୧୮୫, କୈଳାଶ କୁଲେସିକା ୨୩୫୦୫ ଖଣ୍ଡ ଲେଖାଏଁ ଭୋଟ ପାଇଥିଲେ।ଏହି ନିର୍ବାଚନ ମଣ୍ଡଳି ରେ କ୍ରମାନୟ ରେ ଦ୍ୱିତୀୟ ଥର ସକାଶେ ଆଜି ପର୍ଯ୍ୟନ୍ତ କୌଣସି ଦଳ କିମ୍ବା ପ୍ରାର୍ଥୀ ବିଜୟୀ ହୋଇନଥିବା ରେକର୍ଡ ବଳବତ୍ତର ରହିଛି।ନିର୍ବାଚନ ଫଳା ଫଳ ଘୋଷଣା ହେବା ପରେ ଲକ୍ଷ୍ମୀପୁର ବଜାର ରେ ଅନେକ ଚର୍ଚ୍ଚା ଜୋର ଧରିଥିଲା, ବିଜେଡ଼ି ର ଟିକେଟ ବଣ୍ଟନ ରେ ଭୁଲ ନିଷ୍ପତି ହିଁ କଂଗ୍ରେସ କୁ ଫାଇଦା ଦେଲା ବୋଲି ଅନେକ ମତ୍ତ ଦେଇଥିଲେ।ସେହିପରି କୋରାପୁଟ ଲୋକସଭା ଆସନ ରେ ୨୦୧୯ ରେ ସାଂସଦ ଥିବା ଝିନ ହିକକା ଙ୍କୁ ଟିକେଟ ରୁ ବାଦ ଦେଇ ତାଙ୍କ ପତ୍ନୀ କୌଶଲ୍ୟା ହିକକା ଙ୍କୁ ଟିକେଟ ପ୍ରଦାନ କରି ଯେଉଁ ଭୁଲ କରିଥିଲା ଚଳିତ ନିର୍ବାଚନ ରେ ମଧ୍ୟ ଝିନ ହିକକା ପୁଣି ଟିକେଟ ରୁ ବାଦ ଦେଇ ତାଙ୍କ ପତ୍ନୀ ଙ୍କୁ ଦେବା ହିଁ ସପ୍ତଗିରି ଶଙ୍କର ଉଲାକା ଙ୍କୁ ବରଦାନ ସାବ୍ୟସ୍ତ ବୋଲି ଆଲୋଚନା ଜୋର ଧରିଛି। ଝିନ ହିକକା ଙ୍କୁ ସାଂସଦ ଭାବେ ବିଜେଡ଼ି ଙ୍କୁ ଟିକେଟ ଓ କୈଳାଶ କୁଲେସିକା ଙ୍କୁ ବିଧାୟକ ଟିକେଟ ଦେଇଥିଲେ ଫଳାଫଳ କିଛି ଅଲଗା ହୋଇଥାନ୍ତା ବୋଲି ମଧ୍ୟ ଚର୍ଚ୍ଚା ଧରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ