ଯୁବକଙ୍କୁ ଥାନାରେ ରଖି ମାଡ ମାରିବା ଅଭିଯୋଗ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପୁଲିସ ଜଣେ ନିରୀହ ଯୁବକଙ୍କୁ ଥାନାରେ ଅଟକ ରଖି ପ୍ରବଳ ମାଡ ମାରିବା ଅଭିଯୋଗ ହୋଇଛି l ସମ୍ପୃକ୍ତ ଯୁବକକୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି l ସୂଚନା ଯୋଗ୍ୟ ଯେ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗାଁ ର ଜଗନ୍ନାଥ କର୍ମି ନାମକ ଜଣେ ଯୁବକ କୁ ଟ୍ରାକଟର ଲଙ୍ଗଳ ଚୋରି କରିଥିବା ନେଇ ଗାଁ ର ମହେନ୍ଦ୍ର ମହାଳିକ ଥାନାରେ ଅଭିଯୋଗ କରିଥିଲେ I ଏଣୁ ଜଗନ୍ନାଥ ଙ୍କୁ ସୁବଳୟା ଥାନା ଏଏସ୍ଆଇ ସନ୍ତୋଷ ସିନ୍ଦରିଆ ଗତ ଦୁଇ ତାରିଖ ଠାରୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସଙ୍ଗେ ସଙ୍ଗେ ନିସ୍ତୁକ ମାଡ ମାରିଥିଲେ I କୁଆଡେ ଜଗନ୍ନାଥ ବର୍ଷକ ତଳେ ନିଜ ଟ୍ରାକଟର ଲଙ୍ଗଳ ବିକ୍ରି କରିଥିଲେ l ହେଲେ ଉକ୍ତ ଲଙ୍ଗଳ କୁ ମହେନ୍ଦ୍ର କୁଆଡେ ତାଙ୍କ ନିଜର ବୋଲି ଦାବି କରିଥିଲେ l ଅଭିଯୋଗ ପରେ ସୁବଳୟା ପୋଲିସ ସମ୍ପୃକ୍ତ ଯୁବକକୁ 60 ଘଣ୍ଟା କାଳ ଅଟକ ରଖି ମାଡ ମାରିଥିଲେ I ଜଗନ୍ନାଥ ଙ୍କ ଭାଇ ପୁଲିସକୁ ଫୋନ କରି ଜଗନ୍ନାଥ ଙ୍କୁ ଛାଡି ଦେବା ପାଇଁ ଅନୁରୋଧ କରିବାରୁ ତାଙ୍କୁ ବିଭିନ୍ନ ମାମଲାରେ ଛନ୍ଦି ଜେଲ ପଠାଇବା କୁ ଧମକ ଦେଇଥିଲେ l ପରେ କୁଆଡେ ତାଙ୍କ ଭାଇ ସୁବର୍ଣ୍ଣପୁର ଏସ୍. ପି ଙ୍କୁ ଯୋଗାଯୋଗ କରିବାରୁ ପୁଲିସ ଜଗନ୍ନାଥ ଙ୍କୁ ଛାଡି ଥିଲା l

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।