Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆଙ୍କୁ ଦୃର୍ବଳ ଭାବୁଥିବା ଲୋକେ ଉଚିତ ଶିକ୍ଷା ପାଇଲେ: ବୈଜୟନ୍ତ

ଭୁବନେଶ୍ବର: ଓଡ଼ିଶାରେ ବମ୍ଫର ବିଜୟ ପରେ କେନ୍ଦ୍ରାପଡାରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ଆସିଲା ପ୍ରତିକ୍ରିୟା । କହିଲେ, ‘ଓଡ଼ିଆଙ୍କ ସରଳତାକୁ ଯେଉଁମାନେ ଦୁର୍ବଳତା ଭାବନ୍ତି, ସେମାନେ ଉଚିତ ଶିକ୍ଷା ପାଇଲେ । ରାଜ୍ୟରେ ଯେଉଁ ସରକାର ଚାଲିଥିଲା, ତା’ର ଏକ୍ସପାଏରୀ ଡେଟ୍ ହୋଇଯାଇଥିଲା । ଏବେଠୁ ନୂଆ ଡବଲ୍ ଇଞ୍ଜିନ ସରକାର ଓଡ଼ିଶାକୁ ଦୁଇ ଗୁଣା ବେଗରେ ଆଗକୁ ବଢ଼ାଇବେ ।’

କେନ୍ଦ୍ରାପଡ଼ା ଲୋକସଭା ଆସନରେ ୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇବା ପରେ ଗତକାଲି ବିଶାଳ ବିଜୟ ଶୋଭାଯାତ୍ରାରେ ଯାଇ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ା ସହରର ଦୁହୁରିଆ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ୨୦ କିମି ଯାଏଁ ଏହି ଶୋଭାଯାତ୍ରା ଯାଇ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ଶେଷ ହୋଇଥିଲା ।   ଶୋଭାଯାତ୍ରାରେ ବାଜା ଓ ଡିଜେ ଆଦି ବାଜିବା ସହ କେନ୍ଦ୍ରାପଡ଼ାର ୭ଟି ବିଧାନସଭା କ୍ଷେତ୍ରରୁ ହଜାର ହଜାର ସମର୍ଥକଙ୍କ ଭିଡ଼ ସେଥିରେ ଦେଖିବାକୁ ମିଳିଥିଲା । ଶୋଭାଯାତ୍ରା ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବୈଜୟନ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ