SCB ଯାଇ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଅପରାଜିତା


କଟକ: ଇଭିଏମ୍ ଭଙ୍ଗା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ବିଜେପିର ନବ ନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ଏସସିବିରେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏସସିବି ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ସୂଚନାଯୋଗ୍ୟ, ମେ’ ୨୫ ତାରିଖରେ ଭୁବନେଶ୍ବର ସାଂସଦୀୟ କ୍ଷେତ୍ରରେ ନିର୍ବାଚନ ହୋଇଥିଲା । ଏହି ସାଂସଦୀୟ କ୍ଷେତ୍ରରେ ଖୋର୍ଦ୍ଧାରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ମତଦାନ ଚାଲିଥିବା ବେଳେ ସେ ଏକ ବୁଥରେ ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରି ଜେଲରେ ରଖିଛି । ତେବେ ଜେଲରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ଏସସିବିର ନ୍ୟୁ ମେଡିସିନ ବିଭାଗରେ ଭର୍ତ୍ତି କରାଯାଇଛି । ସେଠାକୁ ଯାଇ ଭୁବନେଶ୍ବରର ନବ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏନେଇ ସେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଶାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସିଥିବା ଜଣାପଡିଛି ।