ଭୁବନେଶ୍ବର: ଅସହ୍ୟ ତାତିକୁ ପ୍ରଚଣ୍ଡ ରୌଦ୍ରତାପ ଲୋକଙ୍କୁ କରୁଛି କଲବଲ । ସାରା ଓଡ଼ିଶା ମାତ୍ରାଧିକ ଗ୍ରୀଷ୍ମ ପ୍ରବାହରେ ଥରହର । ଦିନ ୮ଟା ପରେ ଘରୁ ବାହାରିବା ମୁସ୍କିଲ । ଏମିତି ସ୍ଥିତିରେ ରାଜ୍ୟବାସୀ ମୌସୁମୀ ଆସିବାକୁ ଅନାଇ ବସିଛନ୍ତି । ତେବେ ଏହାକୁ ନେଇ ଆଶ୍ବସ୍ତିକର ଖବର ମିଳିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ।
୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିପାଇଁ ପାଗ ଅନୁକୁଳ ରହିଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ମଧ୍ୟ ରହିଛି । ପରେ ପୂରା ରାଜ୍ୟକୁ ପ୍ରବେଶ କରିବ ମୌସୁମୀ ବାୟୁ । ୧୦ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ସୂଚନାଯୋଗ, ବେକଳ ଓଡ଼ିଶା ନୁହେଁ ପୂରା ଭାରତରେ ଅସହ୍ୟ ତାତି ଅନୁଭୂତ ହେଉଛି । ଏମିତି ସ୍ଥିତିରେ ନିର୍ଦ୍ଧାରିତ ସୟମ ଜୁନ ୧ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିଲା । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଭଲ ବର୍ଷା ହେବା ସହ ଲୋକଙ୍କୁ ତାତିରୁ ମୁକ୍ତି ଦେବା ବୋଲି ସମସ୍ତେ ଆଶା ରଖିଛନ୍ତି ।