Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବନ୍ଦ ହେବନି BSKY, ପୂର୍ବ ପରି ମିଳିବ ସ୍ବାସ୍ଥ୍ୟସେବା

ଭୁବନେଶ୍ବର: ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି । ବିଜେଡି ସରକାର କ୍ଷମଚାଚ୍ୟୁତ ହୋଇଛି । ବିଜେପି ପ୍ରଥମ ଥର ଓଡ଼ିଶାରେ ଏକାକୀ ସରକାର ଗଠନ କରିବାକୁ ଯାଉଛି । ତେବେ ଚଳିତ ନିର୍ବାଚନରେ ସବୁଠାରୁ ଚର୍ଚ୍ଚାରେ ଥିବା BSKY କୁ ନେଇ ଆସିଛି ବଡ଼ ଅପଡେଟ୍ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା । BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍ପିଟାଲଗୁଡିକ ପୂର୍ବଭଳି ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ । ଚିକିତ୍ସା ବାବଦକୁ ହସ୍ପିଟାଲ ଗୁଡିକ ଯେଉଁ ବିଲ୍ ଦେବେ ପୂର୍ବଭଳି SHAS ମାଧ୍ୟମରେ ଅର୍ଥ ପାଇବେ । ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି ।

ରାଜ୍ୟରେ ସରକାର ବଦଳୁଥିବା ଦେଖି BSKY କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା । ରୋଗୀମାନଙ୍କୁ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଘରୋଇ ମେଡିକାଲଗୁଡ଼ିକ କହୁଥିବା କିଛି ରୋଗୀ ଅଭିଯୋଗ କରିଥିଲେ । ଗଣମାଧ୍ୟମରେ ଏଭଳି ଖବର ଆସିଥିଲା । ସୋଶାଲ ମିଡିଆରେ ଏହାକୁ ନେଇ ଅନେକ ଖବର ଆସିଥିଲା । ଫଳରେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଧାରଣା ସୃଷ୍ଟି ହୋଇଯାଇଥିଲା ଯେ BSKY ବନ୍ଦ ହୋଇଗଲା ବୋଲି ।