Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିତ୍ରକୋଣ୍ଡା ନବନିର୍ବାଚିତ ବିଧାୟକଙ୍କୁ କାମୁଡ଼ିଲା ସାପ

ଚିତ୍ରକୋଣ୍ଡା: ସାପ କାମୁଡାରେ ଗୁରୁତର ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ପରିବାର ଲୋକେ ତାଙ୍କୁ କୁଡୁମୁଲୁଗୁମା ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ସେ ସୁସ୍ଥ ଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ବୁଧବାର ରାତିରେ ସାପ କାମୁଡାରେ ଗୁରୁତର ହୋଇଥିଲେ ମଙ୍ଗୁ ଖିଲ ।

ମିଳିଥିବା ସୂଚନା ଅନୁସାରେ, ରାତିରେ ବିଦ୍ୟୁତ ଚାଲିଯାଇଥିଲା । ଏହି ସମୟରେ ମଙ୍ଗୁ ଅନ୍ୟ କିଛି ଲୋକଙ୍କ ସହ ଆଲୋଚନା କରୁଥିଲେ । ଏହାରି ଭିତରେ ମଙ୍ଗୁ ପରିଶ୍ରା କରିବା ପାଇଁ ବାହାରକୁ ଯିବା ବେଳେ ସାପ କାମୁଡି ଦେଲା । ମୋବାଇଲ୍ ଲାଇଟରେ ଦେଖିଲା ବେଳକୁ କିଛି ନଥିଲା । ଗୋଡ ବିନ୍ଧା ହେବା ପରେ ସାପ କାମୁଡିଛି ଜାଣି ହସ୍ପିଟାଲ ନିଆଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ